ଚଣ୍ଡିଖୋଲ କଲେଜରେ ମହିଳା ସଶକ୍ତିକରଣ ସମ୍ପର୍କିତ ଆଇନ୍ ସାକ୍ଷରତା ଓ ସଚେତନତା ଶିବିର

0 4

ଯାଜପୁର : ଜାତୀୟ ମହିଳା ଆୟୋଗ ଓ ଯାଜପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ମିଳିତ ସହଯୋଗରେ ଏବଂ ଚଣ୍ଡିଖୋଲ ତାଲୁକ ଆଇନ୍ ସେବା କେନ୍ଦ୍ର ଆନୁକୁଲ୍ୟରେ ଆଜି ବାବା ଭୈରବାନନ୍ଦ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ମହିଳା ସଶକ୍ତିକରଣ ଉପରେ ଏକ ଆଇନ୍ ସାକ୍ଷରତା ଓ ସଚେତନତା ଶିବିର ସେବା କେନ୍ଦ୍ରର ଅଧ୍ୟକ୍ଷ ଏବଂ ଜେଏମଏଫସି ତଥା କନିଷ୍ଠ ବିଚାରପତି ସୌମ୍ୟରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
କଲେଜର ଅଧ୍ୟକ୍ଷ ଡ଼ଃ ବୀରେନ୍ଦ୍ର କୁମାର ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ପରେ ମୁଖ୍ୟ ଆଲୋଚକ ଯାଜପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଓକିଲ ଶ୍ରୀମତୀ ଝରଣା ମିଶ୍ର , ଅତିଥି ଭାବେ ଉପସ୍ଥିତ ଅନ୍ୟତମ ଜେଏମଏଫସି ସୁଶ୍ରୀ ତସଲିମା ଦାସଙ୍କ ସହିତ କଲେଜ ପରିଚାଳନା କମିଟିର ସଭାପତି ବିନାୟକ ପଣ୍ଡା, ଚଣ୍ଡିଖୋଲ କୋର୍ଟ ବାର୍ ଆସୋସିଏସନର ସଭାପତି ଦେବରାଜ ବେହେରା, ସମ୍ପାଦକ ପ୍ରକାଶ କୁମାର ଦାଶ, ପୂର୍ବତନ ସମ୍ପାଦକ ଉଦୟନାଥ ସାହୁ, ଆଇନଜୀବି କୈଳାସ ଚନ୍ଦ୍ର ସାମଲ, ଅଧ୍ୟାପକ ସଲିଳ ରାଜନନ୍ଦନ ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ ଛାତ୍ରୀମାନଙ୍କୁ ମହିଳାଙ୍କ ପାଇଁ ଥିବା ବିଭିନ୍ନ ଆଇନିଗତ ଅଧିକାର ଉପରେ ସଚେତନ କରାଇଥିଲେ । ତାଲୁକ ଆଇନ୍ ସେବା କେନ୍ଦ୍ରର ସମ୍ପାଦକ ସୌମ୍ୟ ରଞ୍ଜନ ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଲିଗାଲ ଏଡ୍ ରିଟେନର ଲୋମାରାଣୀ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।

ଯାଜପୁର ଇପିଏ ରୁ ସୁରେଶ କର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.