ଚତୁର୍ଥ ରାଷ୍ଟ୍ରୀୟ ପୋଷଣ ମାସ -୨୦୨୧

ଚତୁର୍ଥ ରାଷ୍ଟ୍ରୀୟ ପୋଷଣ ମାସ -୨୦୨୧ କାର୍ଯ୍ୟକ୍ରମ ଖୋର୍ଦ୍ଧା ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଶ୍ରୀ ସନତ କୁମାର ମହାନ୍ତି ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ମା ଓ ଶିଶୁମାନେ କିପରି ସୁବିଧାରେ ପୁଷ୍ଟିକର ଖାଦ୍ୟ ପାଇବେ ସେଥିପାଇଁ ଗୁରୁତ୍ବ ଦେଇଥିଲେ।ଅଙ୍ଗନବାଡ଼ି କେନ୍ଦ୍ର ମାନଙ୍କରେ ପୁଷ୍ଟି ବଗିଚା କରି ସେଥିରେ ସଜନା,କଦଳୀ,ଅମୃତ ଭଣ୍ଡା ଗଛ ଲଗାଇବାକୁ କହିଥିଲେ।
ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଆରତୀ ରଥ ରାଷ୍ଟ୍ରୀୟ ପୋଷଣ ମାସ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।ଗତ ସେପ୍ଟେମ୍ବର ମାସରେ ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିଲା।ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସେ କହିଥିଲେ।ଶିଶୁମାନଙ୍କର ବୃଦ୍ଧି ଓ ଆବଶ୍ୟକ ପୋଷଣ ବିଷୟରେ ଜିଲ୍ଲା ମିଶନ ଶକ୍ତି ସଂଯୋଜିକା ନିବେଦିତା ରାୟ କହିଥିଲେ।ମା ଓ ଶିଶୁ ମାନଙ୍କର ଉତ୍ତମ ସ୍ବାସ୍ଥ୍ୟ ଏବଂ ପୁଷ୍ଟିକର ଖାଦ୍ୟ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଖୋର୍ଦ୍ଧା ଶ୍ରୀ ମନୋଜ କୁମାର ପାଢ଼ୀ,ଉପଜିଲ୍ଲାପାଳ,ଭୁବନେଶ୍ୱର ଶ୍ରୀ ଦେବବ୍ରତ ସାହୁ,ଉପଜିଲ୍ଲାପାଳ ଖୋର୍ଦ୍ଧା ଶ୍ରୀ ଆଇ. ଗୌରବ ଶିବାଜି,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ,ବିଭିନ୍ନ ବ୍ଲକ୍ ର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।
ଖୋର୍ଦ୍ଧା ଜିଲ୍ଲା ଇପିଏ ରୁ ମନୋଜ କୁମାର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )