ଚାକିରି କରେଇ ଦେବା ନାମରେ ଠକେଇ, ପୋଲିସ ଦ୍ୱାରା ୦୬ ଜଣ ଗିରଫ
ବିହାରର ଦୁଇଜଣ ମନୀଷ କୁମାର ଯାଦବ ଏବଂ ପୁରୀ ଜିଲ୍ଲାର ଜଣେ ସୌମ୍ଯ ରଂଜନ ନାୟକ ଭବାନୀପାଟଣା ଟାଉନ ପୋଲିସକୁ ଏକ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ ଯେ ସେମାନଙ୍କୁ ଗ୍ଲେଜ ଟ୍ରେଡିଂ ଇଣ୍ଡିଆ ପ୍ରା.ଲିମିଟେଡ୍,ଭବାନୀପାଟଣା ଏକ ସଫ୍ଟୱେୟାର୍ କମ୍ପାନୀରେ ଚାକିରିର ପ୍ରତିଶୃତି ଦେଇ ସେମାନଙ୍କୁ ୨୨ହଜାର ଟଙ୍କା ଜମା କରିବାକୁ କହିଥିଲେ। ଚାକିରି ପାଇବା ଆଶାରେ
ଉଭୟ ପୀଡିତ ପ୍ରତ୍ୟେକ ୨୨ହଜାର ଟଙ୍କା ଜମା କରିଥିଲେ ।
କିନ୍ତୁ ଅଭିଯୁକ୍ତ କାଳିନ୍ଦୀ ଚରଣ ଗହାନା ଏବଂ ଅନ୍ୟମାନେ ଯେଉଁମାନେ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ ସେମାନଙ୍କୁ ଚେନ ନେଟୱାର୍କିଂ ବ୍ୟବସାୟରେ କାର୍ଯ୍ୟ କରିବାକୁ ବାଧ୍ୟ କରିଥିଲେ l
ଯେତେବେଳେ ଉଭୟ ପୀଡିତା ଏହାକୁ ବୁଝିଥିଲେ ସେମାନେ ଚେନ ପ୍ରଣାଳୀ ବ୍ୟବସାୟ କରିବାକୁ ମନା କରିଦେଇଥିଲେ | ସେମାନଙ୍କୁ ମୁକ୍ତ କରିବା ପରିବର୍ତ୍ତେ ଅଭିଯୁକ୍ତମାନେ ଭୁଲ ଭାବରେ ସେମାନଙ୍କୁ ୧୦ ଦିନରୁ ଅଧିକ ହଷ୍ଟେଲରେ ବନ୍ଦୀ କରି ରଖିଥିଲେ। ଉପରୋକ୍ତ ଛଅ ଜଣଙ୍କୁ ଗିରଫ କରାଯାଇଅଛି ଏବଂ ମାମଲାର ଅଧିକ ତଦନ୍ତ ଚାଲୁଅଛି।
କଳାହାଣ୍ଡି ଇପିଏ ରୁ ଵିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )