ଚାରପାଲିରେ ମାହେଶ୍ୱରୀ ସଂସ୍କୃତି ଭବନକୁ ନିଜ ଜାତିର ଯୁବକଙ୍କ ଦ୍ୱାରା ବିରୋଧ

0 13

ସମ୍ବଲପୁର ଜିଲ୍ଲା ଚାରପାଲି କେନ୍ଦ୍ର ଠାରେ ପ୍ରସ୍ତାବିତ “ମା ମାହେଶ୍ୱରୀ ସଂସ୍କୃତି ଭବନ” ନିର୍ମାଣ ପାଇଁ ଜାତି ସମାଜ ର ସ୍ଥାନୀୟ ପ୍ରମୁଖ ବ୍ୟକ୍ତିଙ୍କ ଦ୍ୱାରା ଯେଉଁ ଭୂମି ପୂଜନ କରାଯାଇ JCB ଦ୍ୱାରା ଜମି ସମତୁଲ କାର୍ଯ୍ୟ ଆରମ୍ଭ କରାଯାଇଥିଲା ତାକୁ ଆମ୍ଭ ଜାତି ର କିଛି ଯୁବକ ଘୋର ବିରୋଧ କରି ନିର୍ମାଣ କାର୍ଯ୍ୟରେ ବାଧା ଦେଇ କାର୍ଯ୍ୟ ବନ୍ଦ କରି ଦେଇଛନ୍ତି l ଏତିକି ନୁହେଁ ଯେଉଁ ସ୍ଥାନ ରେ ଆମ ଇଷ୍ଟଦେବୀ ମା ମାହେଶ୍ୱରୀ ଙ୍କ ପୂଜା କରି ତାଙ୍କ ପତାକା ସ୍ଥାପନ କରା ଯାଇଥିଲା ସେହି ସ୍ଥାନରେ ଉକ୍ତ ଜାତି ବିରୋଧୀ ଯୁବକ ମାନେ ଅନ୍ୟ ଜାତି ର ବାହାରିଆ ଯୁବକ ମାନଙ୍କୁ ଆଣି ତାଙ୍କ ଦ୍ୱାରା ମା ମାହେଶ୍ୱରୀ ଙ୍କ ପୂଜା କୁ ବିରୋଧରେ ନିଜେ ପୂଜା କରିଥିଲେ ଏବଂ ସେଠାରେ ସେମାନେ ପତାକା ଲଗାଇଥିଲେ ଯାହାକି ମା ମାହେଶ୍ୱରୀ ଙ୍କ ପ୍ରତି ଘୋର ଅପମାନ ସତେ ଯେପରି ଉକ୍ତ ସ୍ଥାନ ରେ ଚର୍ଚ୍ଚ କି ମସଜିଦ ନିର୍ମାଣ ହେଉଥିଲା l ଏତିକିରେ ସେମାନେ ସିମିତି ନରହି ସେମାନେ ଉକ୍ତ ସ୍ଥାନ ରେ ଜୋର ଜବରଦସ୍ତ ଏକ ଗୁହାଳ ନିର୍ମାଣ କରି ଗାଈ ବାନ୍ଧିବୁ ବୋଲି କହୁଛନ୍ତି l ଏବଂ ଉକ୍ତ ସ୍ଥାନ ରେ କୌଣସିମତେ ମାହେଶ୍ୱରୀ ସଂସ୍କୃତି ଭବନ ନିର୍ମାଣ କରାଇଦେବୁ ନାହିଁ କହୁଛନ୍ତି l ଘଟଣା ଟି ଘଟିବାର 15 ଦିନ ପରେ ଏହି ପୋଷ୍ଟ ଟି କରାହେଉଛି କାରଣ ସେମାନଙ୍କଠାରେ କିଛି ପରିବର୍ତନ ହେବ ଭାବୁଥିଲୁ ହେଲେ ସେମାନେ ସେହି ଏକା ଜିଦ ଧରିଛନ୍ତି ଏବଂ ସେମାନେ ଜାତି ଫାତି ଗୋଟେ ବେକାର ଜିନିଷ ସବୁ ଜାତି ସାମାନ ମାହେଶ୍ୱରୀ ସଂସ୍କୃତି ଭବନ ହେଲେ ଅନ୍ୟ ଜାତି ର ଲୋକେ ଯାଇ ପାରିବେ ନାହିଁ ଆଦି ଜ୍ଞାନ ଦେଉଛନ୍ତି l ଏ ବିଷୟରେ କଣ କରାଯାଇ ପାରିବ ରାଜ୍ୟ ଡ଼ୁମାଳ ପରିଷଦ ର ମୁଖ୍ୟ କାର୍ଯ୍ୟକର୍ତା ତଥା ଜାତି ସମାଜ ର ଜ୍ଞାନୀ, ଗୁଣି ସମ୍ମାନୀୟ ବ୍ୟକ୍ତି ଚିନ୍ତା କରି ମାର୍ଗ ଦର୍ଶନ କରିବେ ଏବଂ ଚାରପାଲି କେନ୍ଦ୍ର କୁ ଥରେ ଆସି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ l

ସୁବର୍ଣ୍ଣପୁର ଇପିଏ ରୁ ଲିପିକା ରାଉତଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.