ଚାର୍ଟାର୍ଡ ଏକାଉଣ୍ଟାଣ୍ଟ ପରୀକ୍ଷା ଶୀର୍ଷ ରେ ଝିଅଙ୍କ ବାଜିମାତ

0 18

ଚଳିତ ବର୍ଷ ଜୁଲାଇ ମାସରେ ହୋଇଥିବା ସର୍ବ ଭାରତୀୟ ଚାର୍ଟାର୍ଡ ଏକାଉଣ୍ଟାଣ୍ଟ ପରୀକ୍ଷା ଫାଇନାଲ ( ନୂଆ ଓ ପୁରୁଣା ପଦ୍ଧତି) ରେ ମୋଟ ୧୦,୧୬୫ ଜଣ ଚାର୍ଟାର୍ଡ ଏକାଉଣ୍ଟାଣ୍ଟ ଭାବେ ଦକ୍ଷତା ଅର୍ଜନ କରିଛନ୍ତି। ନୂତନ ପଦ୍ଧତି ରେ ସର୍ବଭାରତୀୟ ସ୍ତର ରେ ଟପରେ ତିନି ଝିଅ ମଧ୍ୟରୁ ମଧ୍ୟପ୍ରଦେଶ ମୋରେନା ସହର ର ନନ୍ଦିନୀ ଅଗ୍ରୱାଲ ୭୬.୭୫% ରଖି ପ୍ରଥମ ସ୍ଥାନ ଅର୍ଜନ କରିଥିବା ବେଳେ, ଦୁତୀୟ ସ୍ଥାନ ରେ ଇଂଦୋର ସହରର ସାକ୍ଷୀ ଐରାନ ଓ ତୃତୀୟ ସ୍ଥାନ ରେ ବେଙ୍ଗାଳୁରୁ ର ବାଗ୍ରେଛା ସାକ୍ଷୀ ରାଜେନ୍ଦ୍ରକୁମାର ରହିଥିବା ବେଳେ ପୁରୁଣା ପଦ୍ଧତି ରେ ମଧ୍ୟ ୦୨ ଝିଅ କଂ ବାଜିମାତ। ଦୁଇ ଜଣଙ୍କ ମଧ୍ୟରୁ କର୍ଣ୍ଣାଟକ ମଙ୍ଗାଳୁରୁ ର ରୁଥ କ୍ଳାରେ ଡିସିଲଭା ୫୯% ରଖି ପ୍ରଥମ ସ୍ଥାନ ଅର୍ଜନ କରି ଥିବା ବେଳେ ଦୁତିୟ ସ୍ଥାନ ରେ କେରେଲା ପାଳକଡ଼ ସହରର ମାଲବିକା ଆର କ୍ରିଷ୍ଣାନ ପରୀକ୍ଷା ରେ ଉତ୍ତୀର୍ଣ ହୋଇଛନ୍ତି। ଝିଅ ମାନଙ୍କ ଚାର୍ଟାର୍ଡ ଏକାଉଣ୍ଟାଣ୍ଟ ପ୍ରତି ଆଗ୍ରହ ଦିନକୁ ଦିନ ବଢିବାକୁ ଲାଗୁଚି। ସେଥିପାଇଁ ଝିଅ ମାନଙ୍କ ଏହି ସଫଳତା ଦେଖିବାକୁ ମିଳୁଛି।

ଭୁବନେଶ୍ୱର ଇପିଏ ରୁ ବିରୁ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.