ଚୋରି କରି ବନ୍ଧା ହେଲେ ସରପଞ୍ଚଙ୍କ ସ୍ୱାମୀ ଓ ଭାଇ

0 8

ଚୋରି କରି ବନ୍ଧା ହେଲେ ସରପଞ୍ଚଙ୍କ ସ୍ୱାମୀ ଓ ଭାଇ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ସାରୁଆଳୀ ପଞ୍ଚାୟତରେ । ସାରୁଆଳୀ ପଞ୍ଚାୟତର ସରପଞ୍ଚ ଶର୍ମିଳା ନାଏକଙ୍କ ସ୍ୱାମୀ ଦେବେନ୍ଦ୍ର ନାଏକ ପଞ୍ଚାୟତ ଅଫିସରେ ଥିବା ଡିଜି ଜେନେରେଟର ମେସିନଟିକୁ କୌଶଳ ରେ ଚୋରି କରି ନେଇଥିଲେ । ଏଥିରେ ସହଯୋଗ କରିଥିଲେ ସରପଞ୍ଚଙ୍କ ଭାଇ ତୁମୁସିଙ୍ଗା ଥାନା ପଣ୍ଡୁଆ ଗାଁର ପ୍ରଶାନ୍ତ ନାଏକ । ଯାହାକୁ ନେଇ କାମାକ୍ଷାନଗର ବିଡ଼ିଓ ବିକାଶ କୁମାର ମହାନ୍ତି କାମାକ୍ଷାନଗର ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଭିତ୍ତି କରି ପୋଲିସ ସରପଞ୍ଚ ଶର୍ମିଳାଙ୍କ ସ୍ୱାମୀ ଦେବେନ୍ଦ୍ର ନାଏକ ଓ ଭାଇ ପ୍ରଶାନ୍ତ ନାଏକକୁ ଗିରଫ କରିବା ସହ ଡିଜି ଜେନେରେଟର ମେସିନ ଏବଂ ଚୋରି ପାଇଁ ବ୍ୟବହାର କରାଯାଇଥିବା ଏକ ସୁଇଫ୍ଟ ଡିଜାୟାର କାରକୁ ଜବତ କରିଛି କାମାକ୍ଷାନଗର ପୋଲିସ । ଯାହାକୁ ନେଇ ସମଗ୍ର କାମାକ୍ଷାନଗର ଅଞ୍ଚଳରେ ତୀବ୍ର ସମାଲୋଚନା କରାଯାଇଥିବା ଦେଖିବାକୁ ମିଳିଛି ।

କାମାକ୍ଷାନଗର ଇପିଏ ରୁ ରାଜକିଶୋର ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.