ଚୋରି ହୋଇଯାଇଥିବା ସୁନା, ରୂପା କୁ ପୋଲିସ ଦ୍ୱାରା ଫେରସ୍ତ ପାଇଲେ ଘରଲୋକ

0 40

ଘରୁ ଚୋରି ହୋଇଯାଇଥିବା ସୁନା, ରୂପା ସାମଗ୍ରୀକୁ ପୁଣି ଫେରି ପାଇଲେ ଘର ଲୋକ। ଚୋରି ହୋଇଯାଇଥିବା ସାମଗ୍ରୀ ଗୁଡିକ ପୋଲିସ ତରଫରୁ ଘର ଲୋକ ମାନଙ୍କୁ ଦିଆଯାଇଛି। ଚୋର ମାନଙ୍କ ନିକଟରୁ ବିପୁଳ ପରିମାଣରେ ସୁନା ରୂପାକୁ ପୋଲିସ ଉଦ୍ଧାର କରି ଗ୍ରାମାଞ୍ଚଳ ଥାନା ପରିସରରେ ଏହି ସାମଗ୍ରୀ ଗୁଡିକ ୯ ଜଣ ଲୋକଙ୍କୁ ଫେରସ୍ତ କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ, ଗତ କିଛିଦିନ ତଳେ ଆନ୍ତଃଜିଲ୍ଲା ସିନ୍ଧିଚୋର ଗ୍ୟାଙ୍ଗକୁ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଧରିବାରେ ସଫଳ ହୋଇଥିଲା। ଏମାନଙ୍କ ନିକଟରୁ ବିପୁଳ ପରିମାଣରେ ସୁନା, ରୂପା ଜବତ ସହ ୫ ଜଣ ସିନ୍ଧି ଚୋର ଓ ୪ ରିସିଭରଙ୍କୁ ଗିରଫ କରିଥିଲା ଗ୍ରାମାଞ୍ଚଳ ପୋଲିସ l ଲୁଟେରା ଙ୍କ ନିକଟରୁ ୩୨୨ ଗ୍ରାମ ସୁନା, ୪ କେଜି ରୁପା ସହ ଲୁଟରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ ହୋଇଥିଲା । ଭଦ୍ରକରେ ପ୍ରାୟ ବିଭିନ୍ନ ସ୍ଥାନରେ ଘରୁ ଚୋରି ହେଉଥିବା ନେଇ ଥାନା ରେ ଅଭିଯୋଗ ହୋଇଥିଲା l ଏହିଭଳି କିଛି ଦିନ ମଧ୍ୟରେ ୯ ଜଣଙ୍କ ଘରୁ ସୁନା, ଗହଣା ଚୋରି ହୋଇଥିବା ନେଇ ଥାନା ରେ ଅଭିଯୋଗ ହୋଇଥିଲା l ଗତ ଜୁଲାଇ ୨୨ ତାରିଖରେ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଦେଉଳପାଳ ଗ୍ରାମରେ ଜଣଙ୍କ ଘରୁ ଚୋରି ହୋଇଥିଲା l ଯାହାକି ଏହି ଘଟଣାକୁ ନେଇ ଗ୍ରାମାଞ୍ଚଳ ଥାନାରେ ଏକ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା l ଶେଷରେ ଏହି ଲୁଟେରା ଗ୍ୟାଙ୍ଗ ଏବଂ ଏମାନଙ୍କ ର କିଛି ସହଯୋଗୀ ସମେତ ୯ ଜଣଙ୍କୁ ଗିରଫ କରିଥିଲା ଗ୍ରାମାଞ୍ଚଳ ପୋଲିସ l ଏମାନଙ୍କ ନିକଟରୁ ବିପୁଳ ପରିମାଣରେ ସୁନା, ରୂପା ଜବତ ହୋଇଥିଲା l ଜବତ ହୋଇଥିବା ସୁନା, ରୂପା ଗୁଡିକ ପୋଲିସ ପକ୍ଷରୁ ତଦନ୍ତ କରାଯାଇ, ଚୋରି ରେ ଶିକାର ହୋଇଥିବା ୯ ଜଣ ଲୋକଙ୍କୁ ଆଜି ଏହି ସୁନା, ରୂପା ଦିଆଯାଇଛି l ନିଜର ଚୋରି ହୋଇଯାଇଥିବା ସାମଗ୍ରୀ କୁ ପାଇ ଘର ଲୋକ ଖୁସି ହେବା ସହ ପୋଲିସ ର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି l

ଭଦ୍ରକ ଇପିଏ ରୁ ଲିପିକା ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.