ଛଠ ମହାପର୍ବ ସମାପନ

ରାଇରଙ୍ଗପୁର ଶେ ବିହାରୀ ସମ୍ପ୍ରଦାୟର ଛଠ ପୂଜା ଖଡକାଇ ନଇ କୂଳରେ ଆୟୋଜିତ ହୋଇଯାଇଛି। ଛଠ ପୂଜା କମିଟି ସୌଜନ୍ୟମୂଳକ ରେ କେବଳ ରାସ୍ତା ଘାଟ ସଫା କରାଯାଇଥିଲା ବେଳେ ପ୍ରଶାସନ ତରଫ ରୁ ଏହି ପୂଜାକୁ ସାର୍ବଜନୀକ ଭାବରେ ନ କରି ଘରେ କରିବା ପାଇ କହିଥିଲେ। ଭକ୍ତ ମାନେ ସାମାଜିକ ଦୂରତା ସହିତ କେବଳ ପରିବାର ସହିତ ପାଳନ କରିଥିଲେ। ନଥାଏ ଖାଏ,କଦ୍ଦୂ ଭାତ,ଖରନା, ପ୍ରଥମ ଅର୍ଘ୍ୟ,ପାରନ ପରି ପ୍ରତ୍ୟେକ କାର୍ଯ୍ୟକ୍ରମରେ ଭକ୍ତ ମାନେ ଉପାସକ ମାନଙ୍କ ଘରେ ଯାଇ ପ୍ରସାଦ ଗ୍ରହଣ କରିଥାନ୍ତି। ସାଜସରଞ୍ଜାମ, ମାଇକ, ସୁର୍ଯ ଦ୍ବାର, ସୁର୍ଯ ମନ୍ଦିର ପାଇଁ ଭକ୍ତ ମାନେ କମିଟିକୁ ବାରମ୍ବାର ନିବେଦନ କରି ଆସନ୍ତାବର୍ଷ ବର୍ଷ ରୁ ପୁଣି ମହୋତ୍ସବ କରିବାକୁ ଅନୁରୋଧ କରିଛନ୍ତି। କମିଟିର ସଭାପତି ବିଜୟ କୁମାର ରାମ ସହିତ, ଉପସଭାପତି ଅବଧେଶ ମିଶ୍ର, ବିନୋଦ ଦାସ,ଲାଲବାବୂ ସାଓ,ସଂତୋସ ସିଂହ, କିଶୋର ରଜକ, ସଂପାଦକ ରାଜେଶ ପ୍ରଜାପତି, ସହସଂଫାଦକ ମଦନ ରଜକ,ଅନୁରାଗ ଗୁପ୍ତା, ,ସହିତ ମୟୁର ଗୁପ୍ତା,ବିକି ଶର୍ମା,ସୁରଜ ପ୍ରଜାପତି,ରାଜେଶ ରାମ,,ବୈଦନାଥ ସାଓ,ରଂଜନ ରାମ, ଓ ଅନ୍ୟ ମାନେ ଉପସ୍ଥିତ ରହି ଛଠ ପୁଜା କୁ ସୁନ୍ଦର ଭାବରେ ଆୟୋଜନ କରିଥିଲେ। ଛଠ ପୁଜା କମିଟି କୁ ବିହାରି ଏକତା ମଂଚ, ମାରବାଡି ଯୁବା ମଂଚ , ରଂଜନ ପ୍ରଧାନ,ସହଯୋଗ କରିଥିଲେ। ବିଜୟ ରାମ ସମସ୍ତ ଭକ୍ତ, ଉପାସକ,ଶହର ବାସି, ଓ ଅନ୍ୟ ସହଯୋଗି ମାନଙ୍କୁ ଧନ୍ୟବାଦ ଦେଇଥିଲେ।
ରାଇରଙ୍ଗପୁର ଇପିଏ ରୁ ନିଗମାନନ୍ଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )