ଛଠ ମହୋତ୍ସବ 2021 ପ୍ରସ୍ତୁତି ବୈଠକ

0 5

ରାଇରଙ୍ଗପୁର ଛଠ ପୂଜା କମିଟିର 2021 ଛଠ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଖଡକାଇ ନଇ କୂଳରେ ଅବସ୍ଥିତ ଖଡକେଶ୍ବର ମନ୍ଦିରରେ ଆୟୋଜିତ ହୋଇଯାଇଛି।ଏହି ବୈଠକ ରେ ଆସନ୍ତା ନଭେମ୍ବର 10/11ରେ କୋରୋନା କଟକଣା ସହିତ ଆୟୋଜିତ ହେବାକୁ ଯାଉଥିବା ଛଠ ପର୍ବ ପାଇଁ ସଭ୍ଯ ମାନଙ୍କ ମଧ୍ଯରେ ଚର୍ଚ୍ଚା ହୋଇଥିଲା। ବାର୍ଡ ନ: 5 ଖଡକାଇ ନଇ ଘାଟରେ ପରିଭ୍ରମଣ ପରେ ଘାଟ ମରାମତି ଓ ସଫେଇ କାର୍ଯ୍ଯ ସହିତ ନଇ ପାଣିରେ ମଧ୍ଯ କାର୍ଯ୍ଯ କରିବାର ଯୋଜନା କରାଯାଇଛି। କମିଟିର ସଭାପତି ବିଜୟ କୁମାର ରାମଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସଭାରେ ସବୁ ବର୍ଷ ପରି ଏହି ବର୍ଷ ମଧ୍ଯ ପ୍ରଶାସନ, ପୁଲିସ,ଦମକଳ, ପୌର ପରିଷଦ,ଇତ୍ୟାଦିର ସହଯୋଗ ନିମନ୍ତେ ଅନୁରୋଧ କରିବା ପାଇ ଚର୍ଚା କରାଗଲା।କିନ୍ତ ଭକ୍ତ ଓ ଉପାସକ ମାନେ କୋରୋନା କଟକଣା ପାଳନ ପାଇଁ ମାଇକ ଏନାଉନ୍ସମେଣ୍ଟ କରାଯିବାର ଚର୍ଚ୍ଚା କରାଗଲା। ସିମିତ ସଂଖ୍ୟକ ଭକ୍ତ ଓ ଉପାସକ ସହିତ ଏହି ବର୍ଷ ଛଠ ମହୋତ୍ସବ ଆୟୋଜିତ କରାଯିବ। ସଦସ୍ଯ ମାନଙ୍କ ମଧ୍ଯରେ ଉପସଭାପତ ଲାଲ ବାବୁ ସାଓ,ସଂତୋସ ସିଂହ,କିଶୋର ରଜକ, ସମ୍ପାଦକ ରାଜେଶ ପ୍ରଜାପତି, ବିନୋଦ ଦାସ, ରବିନ୍ଦ୍ର ସାଓ,ସତ୍ଯଜିତ ସାଓ,ଅବଧେଶ ମିଶ୍ର, ଜନାର୍ଦ୍ଦନ ରାମ,ଓ ଅନ୍ଯାନ୍ଯ ସଦସ୍ଯ ମାନେ ଉପସ୍ଥିତ ଥିଲେ।

ରାଇରଙ୍ଗପୁର ଇପିଏରୁ ନିଗମାନନ୍ଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.