ଛତ୍ରପୁରର ଡ୍ରେନେଜ ଅବସ୍ଥା ସଙ୍ଗୀନ !

0 8

ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ

ଡ୍ରେନ ଭାଙ୍ଗି ନାର୍ଦ୍ଧମାରୁ ପାଣି ରାସ୍ତାଉପରେ ବହୁଛି

ଛତ୍ରପୁର : ଛତ୍ରପୁର ସହରର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଡ୍ରେନ ଭାଙ୍ଗି ନାର୍ଦ୍ଧମା ଜଳ ରାସ୍ତାଉପରେ ବହୁଛି, କର୍ତ୍ତୃପକ୍ଷ ଙ୍କୁ ବହୁବାର ଅଭିଯୋଗ କଲେ ସୁଦ୍ଧା କର୍ତ୍ତୃପକ୍ଷଙ୍କ ନିଘା ନାହିଁ । କୋରନା ମହାମାରୀ, ହଇଜା, ଆମାଶାୟ, ଡେଙ୍ଗୁ ରୋଗର ପାଦୃଭାବ ବଢ଼ିବା ନିଶ୍ଚିତ ହୋଇଛି । ଛତ୍ରପୁର ସହରର ମୁଖ୍ୟସଡକ ପଥ ଅପର-ବସଷ୍ଟାଣ୍ଡ ଅଭିମୁଖେ ଯାଇଥିବା ମେଇନ ରୋଡ଼ ର ନାଳ ଦୀର୍ଘଦିନ ହେଲାଭାଙ୍ଗି ଯାଇଛି । ଲୋକମାନେ କାଠ ପଟାପକାଇ ଯିବା ଆସିବା କରି ଚଳୁଥିବା ଦେଖାଯାଇଛି । ଗଞ୍ଜାମ ଜିଲ୍ଲାମହକୁମା ଛତ୍ରପୁର ହେଡ କ୍ୱାଟର ର ମୁଖ୍ୟ ସହର ବଜାର ଗଳି କନ୍ଦି ର ରାସ୍ତାଘାଟ, ନାଳ ନର୍ଦ୍ଧମା ର ଦୁରାଵସ୍ଥା ଅଵର୍ଣ୍ଣନୀୟ । ବର୍ଷା ଦିନମାନଙ୍କରେ ରାସ୍ତାଘାଟ କଦର୍ଯ୍ୟ । ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିରହିଛି । କର୍ତ୍ତୃପକ୍ଷ ଆଦୌ ଧ୍ୟାନ ଦେଉନାହାନ୍ତି । ରିକାପଲ୍ଲୀ ରେଡ୍ଡୀ ସାହି ଭିତରେ ଦୀର୍ଘ ୧୫ ବର୍ଷହେଲା ନିର୍ମାଣ ହୋଇଥିବା ରାସ୍ତା ଓ ନାଳ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ହୋଇଛି । ଏହି ସାହିରେ ନାଳ ନଥିଲା ବରଂ ଭଲ ଥିଲା । ନାଳ ଓ ସାହିର ପରିମଳ ବ୍ୟବସ୍ଥା କଣ ହୋଇଛି, ଲୋକମାନଙ୍କ ପାଣି ସମସ୍ୟା, ଆଲୋକ ସମସ୍ୟା ଉପରେ ଜିଲ୍ଲା ଜଳ ଓ ପରିମଳ ବିଭାଗ ଥରେ ଅନୁସନ୍ଧାନ କରନ୍ତୁ ।। ଗୁରୁବାର ସାପ୍ତାହିକ ହାଟପଦା ର ସ୍ଥାନ ଦୁର୍ଗନ୍ଧ ଓ ଜରାଜୀର୍ଣ୍ଣ ହୋଇ ପଡ଼ି ରହିଛି । ରିକାପଲ୍ଲୀ ହାଟ-ପଦା କୁ ହିଟେଚ ଲଗାଇ ସମତୁଲ କରିବେ ବୋଲି ପୋୖର କର୍ତ୍ତୃପକ୍ଷ କହିବାର ଦୀର୍ଘ ମାସ ବିତିଗଲେ ସୁଦ୍ଧା କୌଣସି ପ୍ରତିକାର ହୋଇନାହିଁ । ସେଭଳି ଦୂଷିତ ପରିବେଶ ସ୍ଥାନରେ ବ୍ୟବସାୟୀ ମାନେ ବସି ବ୍ୟବସାୟ କରୁଛନ୍ତି । ରିକାପଲ୍ଲୀ ଛକ ନିକଟରେ ଏକ ମୁଖ୍ୟ ନାର୍ଦ୍ଧମା ନାଳ ଦୀର୍ଘ ୪ ବର୍ଷହେଲା ପୋତି-ହୋଇରହିଛି । ନର୍ଦ୍ଧମା ନାଳର ପାଣି ନିଷ୍କାସନ ହୋଇ ପାରୁନାହିଁ ।

ସେହି ପ୍ରଦୂଷିତଜଳ ମୁଖ୍ୟସଡ଼କ ପଥ ଉପରେ ବୋହିବାରେ ଲାଗିଛି । ଏ ସମ୍ପର୍କରେ ଏନଏସି କର୍ତ୍ତୃପକ୍ଷ ଙ୍କୁ ବହୁବାର ଅଭିଯୋଗ କରାଯାଇଛି , ଡ୍ରେନ ଭାଙ୍ଗି,ନୂଆଁ ଡ୍ରେନ ତିଆରି ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି । କାର୍ଯ୍ୟକରିବାର ନାଁ ଗନ୍ଧ ନାହିଁ । କାର୍ଯ୍ୟର ହେବାର ଅହେତୁକ ବିଳମ୍ବ ଘଟିଛି । ଫଳରେ ଏଠାକାର ପରିବେଶ ଓ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ପ୍ରଦୂଷିତ ହୋଇଛି । ସହରର ପରିମଳ ବ୍ୟବସ୍ଥା କୁ ପ୍ରଶାସନର ନଜିର ଆସିବା ନିମନ୍ତେ ସ୍ୱଚ୍ଛସାଥିଙ୍କୁ ନିୟୋଜିତ କରାଯାଇଛି । ସ୍ୱଚ୍ଛସାଥୀ ଭଉଣୀମାନେ ସବୁସ୍ଥାନର ପରିମଳ ଦୃଶ୍ୟ ର ଫୋଟୋ ଉଠାଇବାର ଦେଖାଯାଉଛି । ଗଣମାଧ୍ୟମ/ ଖବରକାଗଜ ର ପ୍ରତିନିଧି ମାନେ ଖବର ସ୍ଥାନୀତ କରୁଛନ୍ତି । ହେଲେ ପରିମଳ ବ୍ୟବସ୍ଥା ସୁଧୁରୁନି କାହିଁକି ? ବୋଲି ସାଧାରଣରେ ମତପ୍ରକାଶ ପାଉଛି । ସହରର ମୁଖ୍ୟସଡ଼କପଥ ର ଦୁଇପାର୍ଶ୍ୱନାଳ ପ୍ରାୟ ୬୦ ବର୍ଷତଳେ ନିର୍ମାଣ ହୋଇଥିବା କୁହାଯାଏ । ଏତେ ବର୍ଷ ବିତିଯାଇଥିବାପରେ ଆଜି ସୁଦ୍ଧା ଅର୍ଥାତ ନବୀନ ବାବୁ ଙ୍କର ଏହି ୨୨ ବର୍ଷର ଶାସନ ଭିତ୍ତିରେ ଛତ୍ରପୁର ସହରର ମେନରୋଡ଼ ଦୁଇପାର୍ଶ୍ୱର ପୂର୍ଣ୍ଣାଙ୍ଗ ନାଳର ନିର୍ମାଣ ଓ ମରାମତି ହୋଇନାହିଁ । ୧୯୫୫ ମସିହାରେ ଛତ୍ରପୁର ସହର କୁ ଏନ.ଏ.ସି. ଭାବେ ମାନ୍ୟତା ଓ ପ୍ରତିଷ୍ଠା ଲାଭ ହୋଇଥିବା ବେଳେ ମୁଖ୍ୟ ସହର, ବଜାର ଜନବସ୍ତି ଅଞ୍ଚଳରେ ସର୍ବାଙ୍ଗୀନ ଉନ୍ନତିରେ ଆଜି ଯାଏଁ କୌଣସି ପରିବର୍ତ୍ତନ ଆସିନାହିଁ । ସଦରଦପ୍ତରାଞ୍ଚଳର ଡିଆରଡିଏ ଠାରୁ ଜିଲ୍ଲାପାଳଙ୍କ ବାସଭବନ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟକରଣ ହୋଇଛି । କିନ୍ତୁ ମୁଖ୍ୟବଜାର, ମୁଖ୍ୟସଡକ ପଥ,ସାହି, ବସ୍ତି ଅଞ୍ଚଳରେ ଆଲୋକ, ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା ଆଦି ବିପର୍ଯ୍ୟସ୍ତ ହୋଇପଡିଛି । ସହରାଞ୍ଚଳରେ ଥିବା ବଜାର,ବସ୍ତି, ରିକାପଲ୍ଲୀମେଇନ ରୋଡ଼ ଠାରୁ ଅପର-ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଆଲୋକ, ଜଳ ଓ ପରିମଳ ବ୍ୟବସ୍ଥାର ଆଶୁ ପ୍ରତିକାର କରି ବିହିତ ପଦକ୍ଷେପ ଗ୍ରହଣ କରାଯିବା ନିମନ୍ତେ ଜନସାଧାରଣରେ ଦୃଢ଼ ଦାବୀ ହୋଇଛି ।

ଛତ୍ରପୁର ଇପିଏ ରୁ କେ. ସତ୍ୟନାରାୟଣ ରେଡ୍ଡୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.