ଛତ୍ରପୁରର ନୂଆଁ ଥାନାଅଧିକାରୀଙ୍କ ଦୃଢ଼ତା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା

0 17

ଛତ୍ରପୁର : ଛତ୍ରପୁରର ନୂଆଁ ଥାନା ଅଧିକାରୀ ଙ୍କ ଯୋଗଦାନ ପରେ ଆଇନଶୃଙ୍ଖଳା ଉପରେ ବିଶେଷ ଧ୍ୟାନଦେଇ ଜୁଆ ଆଡ୍ଡା, ଚୋରୀ, ଡକାୟତି ଙ୍କୁ ଦମନକରିବାରେ ସିଦ୍ଧହସ୍ତ ହୋଇଛନ୍ତି । ଥାନାବାବୁ ଙ୍କ ଏହି ଦୃଢ଼ତା ନେଇ ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଲାଗିଛି ।
ପ୍ରକାଶ ଥାଉକି,ଗଞ୍ଜାମ ପୋଲିସ ଜିଲ୍ଲାମୁଖ୍ୟାଳୟ ଛତ୍ରପୁର ଠାରେ ଆଦର୍ଶ ଛତ୍ରପୁର ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ଭାବେ ଆଇଆଇସି ସତ୍ୟ ରଞ୍ଜନ ପ୍ରଧାନ ଇତିମଧ୍ୟରେ ଅବସ୍ଥାପିତ ହୋଇଛନ୍ତି । ସେ କାର୍ଯ୍ୟରେ ଯୋଗଦେବା ପରେ ଛତ୍ରପୁର ସହରର ନିୟୁ-ରିଡିଙ୍ଗ ରୁମ୍ ର ସେମିନାର ହଲ୍ ରେ ପ୍ରାଥମିକ ଭାବେ ଛତ୍ରପୁରର କିଛିଜଣ ବୃଦ୍ଧିଜୀବି, ବିଭିନ୍ନବର୍ଗର ବ୍ୟବସାୟୀ ସଂଗଠନର ପ୍ରତିନିଧି,କର୍ମକର୍ତ୍ତା, ପ୍ରେସ/ଗଣମାଧ୍ୟମ ପ୍ରତିନିଧି ଙ୍କୁ ନେଇ ଆମପୋଲିସ ସମିତି ପକ୍ଷରୁ ଖୋଲାମଞ୍ଚ ସଂଗଠିତ କରାଇ ଆଇନଶୃଙ୍ଖଳା ଉପରେ ଆଲୋଚନା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଛତ୍ରପୁର ପଞ୍ଚାୟତସ୍ତରୀୟ ପ୍ରତିନିଧି ତଥା ସରପଞ୍ଚ,ସମିତିସଭ୍ୟ, ଅବା ପିଆରଓ ସଦସ୍ୟଙ୍କୁ ନେଇ ସମ୍ବାଦପତ୍ର, ଗଣମାଧ୍ୟମ ପ୍ରତିନିଧି ଙ୍କ ଉପସ୍ଥିତରେ ଲୋକଙ୍କର ଆଇନ ଶୃଙ୍ଖଳା ସମ୍ବନ୍ଧୀୟ ବିଭିନ୍ନ ଆଲୋଚନା କରିବା ପରେ ପର୍ଯ୍ୟାୟ କ୍ରମେ ଛତ୍ରପୁର ସହର ଓ ଛତ୍ରପୁର ଥାନା ଅଧିନସ୍ଥ ବିଭିନ୍ନ ଗ୍ରାମାଞ୍ଚଳରେ ମଦ, ଜୁଆଡ଼ି, ଚୋରୀ, ଡକାୟତି, ରାହାଜନୀ ଭଳି ଅସମାଜିକ କାର୍ଯ୍ୟ କଳାପରେ ଲିପ୍ତ ଲୋକଙ୍କୁ ଦମନ କରିବାରେ ସହାୟକ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ’ ଥାନା ଅନ୍ତର୍ଗତ ରାଜପୁର ଗ୍ରାମରେ ଚାଲିଥିବା ଏକ ଜୁଆଆଡ୍ଡା ଉପରେ ଛତ୍ରପୁର ପୋଲିସ ଚଢ଼ଉ କରି କେଶ-ନଂ- ୫୨୯ /୨୦୨୧ ମାମଲା ରୁଜୁ କରି ୬ଜଣ ଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ୧୯ ହଜାର ୫୫୦ଟଙ୍କା ଜବତ କରାଯାଇଛି ।
ସେହିପରି ଛତ୍ରପୁର ବ୍ଲକ କରାତଳି ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଛତ୍ରପୁର ପୋଲିସ ଚଢ଼ଉ କରି କେଶ ନଂ-୫୨୮ /୨୦୨୧ ମାମଲା ରୁଜୁ କରି ୬ ଜଣ ଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ୨୫୩୦୦ ଟଙ୍କା ଏବଂ ୪ଟି ବାଇକ ଜବତ କରାଯାଇଛି ।
ଛତ୍ରପୁର ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମ ର ନିରଞ୍ଜନ ପ୍ରଧାନ ଙ୍କ ସ୍କୁଟି OD 07 T 8044 ନଂ ଗାଡି ଚୋରି ହୋଇଥିବା ନେଇ ଛତ୍ରପୁର ରେ ୫୨୬/୨୦୨୧ରେ ମାମଲା ରୁଜୁ ହୋଇଥିଲା l ଏହି ଘଟଣା ରେ ସମ୍ପୃକ୍ତ ଥିବା କୋଦଳା ଥାନା ଅଧିନସ୍ଥ ବାତରାପଲ୍ଲୀ ଗ୍ରାମ ର ଜଣେ ରାକେଟ ଦିବ୍ୟ ପ୍ରଧାନ ଙ୍କୁ ଗିରଫ କରାଯାଇଛି l ଚୋରି ହୋଇଥିବା ସ୍କୁଟି କୁ ଆଣି ନିରଞ୍ଜନ ପ୍ରଧାନଙ୍କୁ ହସ୍ତାନ୍ତର କରାଯାଇଛି ।
ଠିକ ସେହିପରି ଛତ୍ରପୁର ସହର ତଳି ଅଞ୍ଚଳ ତରେଇପାଟପୁର ଗ୍ରାମ ର ଲଷ୍ମୀ ବେହେରା ଙ୍କ ଦୁଇଟି ଛେଳି ଚୋରି ହୋଇଥିଲା l ଏନେଇ ସେ ଥାନା ରେ
ଏତଲା ଦିଆଯାଇଥିଲ l ଏତଲା କ୍ରମେ ୫୨୭/୨୦୨୧ନଂ କେଶ ରୁଜୁ କରାଯାଇଥିଲା l ପରେ ପୋଲିସ ତଦନ୍ତ କରି ଘଟଣା ରେ ସମ୍ପୃକ୍ତ ଥିବା ଦୁଇ ଜଣ ଯୁବକ ଙ୍କୁ ଗିରଫ କରାଯାଇଥିଲା l ସେମାନଙ୍କ ଠାରୁ ଦୁଇଟି ଛେଳି ଉଦ୍ଧାର କରାଯାଇ ଲଷ୍ମୀ ବେହେରା ଙ୍କୁ ହସ୍ତାନ୍ତର କରାଯାଇଛି l ଗିରଫ ଦୁଇ ଜଣ ହେଲେ ଗଣେଷ ପ୍ରଧାନ ଓ ଗୋପୀ ନାୟକ । ଏଭଳି କେତେକ ମାମଲାରେ ଜଡିତ ବିଭିନ୍ନ କେଶ ଅନୁସନ୍ଧାନ କରି ସମସ୍ତ କେଶ ଫଇସଲା କରିବା ସହ କୌଣସି କେଶ ବକେୟା ନ ରଖି ତୁରନ୍ତ ସମାଧାନ କରି ଆସାମୀ କୁ ଧରିବାରେ ସଫଳ ହେବା ନେଇ ସ୍ଥାନୀୟ ଲୋକେ ସାର ଙ୍କ ଭୂୟସୀ ପ୍ରସଂଶା କରିଛନ୍ତି ।

ଛତ୍ରପୁର ଇପିଏ ରୁ କେ. ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.