ଛତ୍ରପୁରସହରାଞ୍ଚଳରେ ଆଶାଦିଦି ମାନେ ସକ୍ରୀୟ : ଘରେ ଘରେ ଚାଲିଛି ମାଆ ଓ ଶିଶୁଯତ୍ନ ର ପଦକ୍ଷେପ

0 4

ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରରେ ସର୍ବମୋଟ ୧୦ଜଣ ଆଶାଦିଦି ନିୟୋଜିତ ହୋଇଛନ୍ତି । ସହରାଞ୍ଚଳ ର ୧୪ଗୋଟି ୱାର୍ଡ ପାଇଁ ମାତ୍ର ୧୦ ଜଣ ଆଶାଦିଦି ନିୟୋଜିତ ହୋଇଥିବା ବେଳେ ଏବେ ଘରେ ଘରେ ମାଆ ଓ ଶିଶୁ ଙ୍କ ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱଦିଆଯାଇଛି । କୋଭିଡ଼-୧୯,ସମ୍ବନ୍ଧୀୟ ଯାଞ୍ଚପ୍ରତିଟି ୱାର୍ଡ ରେ ସମ୍ପନ କରାଯାଇଛି । ୧୪ ନମ୍ବର ୱାର୍ଡରେ ଗର୍ଭବତୀମହିଳା ଓ ଶିଶୁଙ୍କ ର ସ୍ୱାସ୍ଥ୍ୟପରୀକ୍ଷା କରାଯାଇ ମାଆ ଓ ଶିଶୁଙ୍କର ଓଜନ ମାପ କରାଯାଇଛି । ପ୍ରତିମାସରେ ଏହି କାର୍ଯ୍ୟ ଚାଲୁରଖିବା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ବଦେଇଛନ୍ତି । ମାଆ ଓ ଶିଶୁଙ୍କ ର ଯତ୍ନ ନେବାରେ ୧୪ନମ୍ବର ୱାର୍ଡ ସଫଳତା ହାସଲ କରିଥିବା ସରକାରୀ ଭାବେ କୁହାଯାଇଛି ।

ଗଂଜାମ ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.