ଛତ୍ରପୁର ଆମ ପୋଲିସ ପକ୍ଷରୁ ପୋଟ୍ଟଲାମପୁର ଠାରେ ପଥପ୍ରାନ୍ତ ଜନମଞ୍ଚ କାର୍ଯ୍ୟକ୍ରମ


ଛତ୍ରପୁର ଥାନା ଆମ ପୋଲିସ ସମିତି ଆନୁକୂଲ୍ୟରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଟ୍ଟଲାମପୁର ଗ୍ରାମରେ ଗ୍ରାମବାସୀଙ୍କୁ ଡକାଇ ପଥପ୍ରାନ୍ତ ରେ ଆଇନଶୃଙ୍ଖଳା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ପୋଲିସ ଓ ଜନସମ୍ପର୍କ ମଞ୍ଚ ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ବେଆଇନ ମଦ କାରବାର, ଗୁଣି ଗାରେଡି, ଘରୋଇ ହିଂସା ଠାରୁ ଆରମ୍ଭ କରି ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ଠାରୁ କିପରି ଦୁରେଇ ରହିବା, ବିଭିନ୍ନ ଛୋଟବଡ଼ ଅସାମାଜିକତା, ଗଣ୍ଡଗୋଳ, ନାନା ପ୍ରକାର ବିଶୃଙ୍ଖଳା କାର୍ଯ୍ୟ, ପାରିବାରିକ କ୍ଷେତ୍ରରେ ଶାରୀରିକ ଓ ମାନସିକ ନିର୍ଯାତନା ଆଦି ଉପରେ ଥାନାଧିକାରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳା ର ସହିତ ସମାହିତ ହୋଇପାରିବ, ଏଦିଗରେ ପ୍ରତ୍ୟେକ ନାଗରିକ ଙ୍କ ମୂଲ୍ୟବାନ ଭୂମିକା, ନାଗରିକର ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଗାଁଲୋକଙ୍କୁ ଆଲୋକପାତ କରି ବିଶଦ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମ ରେ ରମେଶ ବାରିକ, ସୁକାନ୍ତ ନାହାକଙ୍କ ସମେତ ଗ୍ରାମର ବହୁ ଯୁବପିଢୀ ଓ ଭଦ୍ରମଣ୍ଡଳୀ ତଥା ଗ୍ରାମବାସୀ ମାନେ ଉପସ୍ଥିତ ହୋଇ ସକ୍ରୀୟ ଅଂଶଗ୍ରହଣ କରିଥିଲେ l
ଛତ୍ରପୁର ଇପିଏରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )