ଛତ୍ରପୁର ଆମ ପୋଲିସ ସମିତି ପକ୍ଷରୁ କରାତଳି ଠାରେ ଖୋଲାମଞ୍ଚ

0 3

ଛତ୍ରପୁର ବ୍ଳକ୍ ଅନ୍ତର୍ଗତ କରତାଳି ଗ୍ରାମରେ ଛତ୍ରପୁର ଥାନା ତରଫରୁ ଆମ ପୋଲିସ ସମିତି ର ଏକ ଖୋଲାମଞ୍ଚ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କିପରି ଅବାଧ ଓ ନିରପେକ୍ଷ ଭାବେ ପରିଚାଳିତ ହେବ ଏବଂ କୋରନା ପରବର୍ତ୍ତୀ ସତର୍କତ୍ତା ଅବଲମ୍ବନ ତଥା ସାମାଜିକ ଆଇନଶୃଙ୍ଖଳା ସମ୍ବଳିତ ଅନେକ ତାତ୍ପର୍ଯ୍ୟ ଦେଇ ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଗାଁ ର ବୃଦ୍ଧିଜୀବୀ ଙ୍କୁ ଆଲୋକପାତ କରିଥିଲେ । ସନ୍ଧ୍ୟା ୭ଘଣ୍ଟା ସମୟରୁ ରାତ୍ରି ୮ ଘଣ୍ଟା ମଧ୍ୟରେ ପ୍ରାୟ ଏକ ଘଣ୍ଟା କାଳ ଅନେକ ତାତ୍ଵିକ ଆଲୋଚନା ଦେଇଥିଲେ । ସରପଞ୍ଚ ନରସିଂହ ରେଡ୍ଡୀ , ସମିତି ସଭ୍ୟ ଜୟଦେବ ଲେଙ୍କା , ସେନାପତି ନାହାକ, ଜି.ରଘୁନାଥ ରେଡ୍ଡୀ, ଏସଏଚଜି ମହିଳା ଗ୍ରୁପ ପ୍ରତିନିଧି ଅନୂସୟା ନାହାକ, ତଥା ଗାଁର ଭଦ୍ରବ୍ୟକ୍ତି, ଏସଏଚଜି ମହିଳା ଗ୍ରୁପ ଗୋଷ୍ଠୀ ଆଶାଦିଦି, ଅଙ୍ଗନାବାଡ଼ି ଦିଦି ଏବଂ ଗାଁର ସମାଜସେବୀ, ସଜ୍ଜନମଣ୍ଡଳୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅନେକ ଦିନ ପରେ ଜଣେ ନୂଆଁ ଥାନାବାବୁ ଙ୍କ ର ଏଭଳି ସମାଜସେବାମୂଳକ କାର୍ଯ୍ୟ ଦେଖି ସଭିଏଁ ଖୁସିବ୍ୟକ୍ତ କରିଛନ୍ତି ଏବଂ ଥାନାବାବୁଙ୍କ ବାର୍ତ୍ତାଲାପ ଶୁଣି ସମସ୍ତେ ଏହି ପୋଲିସ ଅଧିକାରୀଙ୍କ ଅଚାନକ ଖୋଲାମଞ୍ଚ ରେ ଉପସ୍ଥାପନ କୁ ନେଇ ତାଙ୍କ ଭୁୟସୀ ପ୍ରସଂଶା କରିଛନ୍ତି ।

ଗଂଜାମ ଇପିଏ ରୁ କେ ସତ୍ୟନାରାୟଣ ରେଡି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.