ଛତ୍ରପୁର ପଞ୍ଚାୟତ ସ୍ତରୀୟ ପ୍ରତିନିଧି ଙ୍କୁ ନେଇ ଆମ ପୋଲିସ ସମିତି ର ଜନସମ୍ପର୍କ ମଞ୍ଚ

0 6

ଛତ୍ରପୁର ଆଦର୍ଶ ଥାନା ତଥା ଆମ ପୁଲିସ୍ ସମିତି ଆନୁକୂଲ୍ୟରେ ସ୍ଥାନୀୟ ଶିବ କୁମାର ରିଡିଂ ରୁମ୍ ସେମିନାର ହଲରେ ପୋଲିସ ଜନସମ୍ପର୍କ ମଞ୍ଚ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଥାନା ଅଧିନରେ ଥିବା ସମସ୍ତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ନେଇ ଆଇନ ଶୃଙ୍ଖଳା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନଙ୍କ ତତ୍ତ୍ୱାବଧାନରେ ସଂଗଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଛତ୍ରପୁର ପ୍ରେସ୍ କ୍ଲବର ସଭାପତି ପ୍ରଶାନ୍ତ କୁମାର ମହାରଣା ସଭା-ପରିଚାଳନା କରିଥିବା ବେଳେ ମୁଖ୍ୟଅତିଥି ଭାବେ ଗଞ୍ଜାମ ପୋଲିସ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଠାକୁର ପ୍ରସାଦ ପାତ୍ର ଯୋଗଦେଇ ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳାର ସହିତ ସମାହିତ ହେବ ସେଥି ନିମନ୍ତେ ଗ୍ରାମ୍ୟ ଜନପ୍ରତିନିଧି ଙ୍କ ସହ ଆଇନ ଶୃଙ୍ଖଳା ନୀତି କିପରି ସୂଚାରୁ ରୂପେ ସମ୍ପାଦିତ ହେବ ସେନେଇ ସଚେତନତା ଆଳାପ ହୋଇଥିଲା । ଏତଦବ୍ୟତୀତ ପାର୍ବଣଋତୁରେ ଗ୍ରାମାଞ୍ଚଳରେ ଜୁଆ ଆଡା, ବେଆଇନ ମଦ ବିକ୍ରୀ, ଜୋର ଜବରଦସ୍ତଚାନ୍ଦା ଆଦାୟ, ଦାଦାବଟି ଭଳି ଅନେକ ଗଣ୍ଡଗୋଳ, ଅସାମାଜିକ ଲୋକଙ୍କ ଦୋରାତ୍ମ୍ୟ ଆଦି ବିଶୃଙ୍ଖଳା କୁ ଏଡ଼ାଇବା ନିମନ୍ତେ ଗ୍ରାମ୍ୟ ଜନ ପ୍ରତିନିଧିମାନେ ଆଲୋଚନାର କେନ୍ଦ୍ରୀଭୂତ କରିଥିଲେ । ଏହାକୁ ନେଇ ଛତ୍ରପୁର ଥାନା ଅଧିକାରୀ ଶ୍ରୀ ପ୍ରଧାନ ଏବଂ ଅତିରିକ୍ତ ଏସପି ଶ୍ରୀ ଠାକୁର ଆଲୋଚନାର ମୁକାବିଲା କରିଥିଲେ । ପୂଜା ପାର୍ବଣ ସମୟରେ କୋଭିଡ୍ କଟକଣାରେ ପାଳନ କରାଯିବା ନିମନ୍ତେ ପୋଲିସ କର୍ତ୍ତୃପକ୍ଷ ସହଯୋଗ କାମନା କରିଥିଲେ । ଗ୍ରାମାଞ୍ଚଳରେ ଚୋରାମଦ କାରାବାର, ଜୁଆ ଖେଳ, ଅସାମାଜିକ କାର୍ଯ୍ୟକଳାପକୁ ଯେପରି ରୋକା ଯାଇପାରିବ ସେଥି ନିମନ୍ତେ ଥାନାଅଧିକାରୀ ଶ୍ରୀ ପ୍ରଧାନ ପଞ୍ଚାୟତ ପ୍ରତିନିଧିମାନଙ୍କୁ ସହଯୋଗ କରିବା ପାଇଁ କହିବା ସହ ପୁଲିସ ଓ ପିଆରଆଇ ମେମ୍ବର ମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା, ସମନ୍ୱୟ ରକ୍ଷା କରିବା ନିମନ୍ତେ ଅନୁରୋଧ କରିଥିଲେ । ପଞ୍ଚାୟତ ଗୁଡିକରେ ସିସି କ୍ୟାମେରା ଲଗାଇବା ଉପରେ ଥାନା ଅଧିକାରୀ ସମସ୍ତ ସରପଞ୍ଚ ମାନଙ୍କୁ ଅନୁରୋଧ କରିଥିଲେ । ଏହି ଅବସରରେ ବହୁ ପଞ୍ଚାୟତ ପ୍ରତିନିଧି ମାନେ ଯୋଗଦେଇ ପୁଲିସ ର ଏଭଳି ଆଗୁଆ ସଚେତନମୂଳକ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହ ଥାନା ଅଧିନସ୍ଥ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟି ରଖିବା ନିମନ୍ତେ ନିଜ ନିଜ ବକ୍ତବ୍ୟରେ କହିଥିଲେ । ଶେଷରେ ସବ ଇନସିପେକ୍ଟର ସତ୍ୟଜିତ୍ ବେଣିଆ ଧନ୍ୟବାଦ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଛତ୍ରପୁର ଥାନାର ଅଧିକାରୀ ଓ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।

ଛତ୍ରପୁର ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.