ଛତ୍ରପୁର ବ୍ଳକ୍ ବଡମାଧପୁର ଗ୍ରାମପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଉଦଘାଟନୀ

0 7

ଛତ୍ରପୁର ବ୍ଲକର ବଡ ମାଧପୁର ଗ୍ରାମପଞ୍ଚାୟତ ରେ ବିଭିନ୍ନ ପ୍ରକଳ୍ପର ଉଦଘାଟନୀ ହୋଇଛି । ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ କର କମଳରେ ବିଭିନ୍ନ ପ୍ରକଳ୍ପର ମାରାଥନ୍ ଉଦଘାଟନ ହୋଇଯାଇଛି । ବଡମାଧପୁର ଗ୍ରାମ ଠାରେ ଦୁଇଟି ଅଙ୍ଗନବାଡି କେନ୍ଦ୍ର ଗୃହ ଏବଂ ଗୋବା ଗ୍ରାମରେ ଗୋଟିଏ ଅଙ୍ଗନବାଡି କେନ୍ଦ୍ର ଗୃହକୁ ଉଦଘାଟନ ହୋଇଛି । ବଡ ମାଧପୁରେ ଗ୍ରାମରେ କଲ୍ୟାଣ ମଣ୍ଡପ ଓ ରଙ୍ଗମାଟିଆ ଗ୍ରାମରେ ଏକ କୋଠ-ଘରକୁ ଉଭୟ ବ୍ରହ୍ମପୁର ସାଂସଦ ଓ ଛତ୍ରପୁର ବିଧାୟକ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡି, ଉପାଧ୍ୟକ୍ଷା ଅମିତା ସାହୁ, ବଡ ମାଧପୁର ସରପଞ୍ଚ ଶରତ ଖୁଣ୍ଟିଆ, ସମିତି ସଭ୍ୟ ଏନ୍‌. କ୍ରିଷ୍ଣା ରେଡ୍ଡି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭଗବାନ ବେହେରା, ଗୋବା ଗ୍ରାମ୍ୟକମିଟି ସଭାପତି ଜଗନ୍ନାଥ ସୁର, କଣମଣା ସରପଂଚ ଏସ୍. ଚକ୍ରପାଣି ରେଡ୍ଡିଙ୍କ ସମେତ ବହୁ ଗ୍ରାମପଞ୍ଚାୟତର ବୃଦ୍ଧିଜୀବି, ଗାଁ-ବାସୀ ଏବଂ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

ବ୍ରହ୍ମପୁର ଇପିଏରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.