ଜଗନ୍ନାଥ ସୁପ୍ରଭାତମ ର ଶୁଭ ଲୋକାର୍ପଣ ଉଛଵ ଅନୁଷ୍ଠିତ

0 9

ଯାଜପୁର : ଯାଜପୁର ଟାଉନ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପଣ୍ଡିତ ଭୂପତି ଭୂଷଣ ମିଶ୍ର ଙ୍କ ରଚିତ ଜଗନ୍ନାଥ ସୁପ୍ରଭାତମ ପୁସ୍ତକ ଓ ବିରଜା ସୁପ୍ରଭାତମ ବହି ଦ୍ବୟ ଶୁଭ ଉନ୍ମୋଚନ ଉଛଵ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ଉଛଵ ରେ ପଣ୍ଡିତ ଡକ୍ଟର ଜ୍ଞାନ ରଞ୍ଜନ ପତି ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଯାଜପୁର ମୁନିସିପାଲିଟି ର ପୂର୍ବତନ ଅଧକ୍ଷ ଭବ ପ୍ରସାଦ ଦାସ, ଉଦ୍ଘାଟକ ଭାବେ ଯାଜପୁର ବ୍ଲକ ବି. ଡି. ଓ ସୌରଭ ଚକ୍ରବର୍ତ୍ତୀ ଯୋଗ ଦେଇଥିବା ବେଳେ ସଂମାନନୀୟ ଅତିଥି ଭାବେ ଯାଜପୁର ମୁନିସିପାଲିଟି ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟଜୋସୀ,ମୁଖ୍ୟ ବକ୍ତା ଭାବେ ପଣ୍ଡିତ ବୈକୁଣ୍ଠ ପତି, ପୁସ୍ତକ ର ପ୍ରକାଶକ ସଂଯୁକ୍ତା ବ୍ରହ୍ମା ପ୍ରମୁଖ ଯୋଗ ଦେଇଥିବା ବେଳେ ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ସଭାପତି ହରିହର ସ୍ଵାଇଁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଛନ୍ତି।ଅନ୍ୟମାନଙ୍କ ମଧ୍ୟରେ ଶରତ କୁମାର ସାହୁ, ମହାବୀର ସଂସ୍କୃତ ବିଦ୍ୟାଳୟ ର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପତି, ନୀଳମଣି ଶତପଥୀ ପ୍ରମୁଖ ଯୋଗଦେଇ ପୁସ୍ତକ ସମ୍ପର୍କରେ ଆଲୋଚନା କରିଥିଲେ।

ଯାଜପୁର ଇପିଏ ରୁ ସୁରେଶ କର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.