ଜଟଣୀ ପୋଲିସଦ୍ୱାରା ପାଞ୍ଚ ମୋବାଇଲ ଲୁଟେରା ଗିରଫ

0 13

ଜଟଣୀ ପୋଲିସ ମୋବାଇଲ ଲୁଟ ଅଭିଯୋଗରେ ପାଞ୍ଚଜଣଙ୍କୁ ଗିରଫ କରିଥିଲା l ଚଳିତମାସ ସାତ ତାରିଖ ଦିନ ସୁଭାଶିନୀ ପାତ୍ର ଜଟଣୀ ମୁଖ୍ୟରାସ୍ତା ଦେଇ ମଉଳଗୁଡ଼ିଆ ଛକ ଯାଉଥିଭା ସମୟରେ ହଟାତ ଦୁଇ ଦୁର୍ବୁତ୍ତ ମୋଟର ସାଇକେଲ ଆସି ତାଙ୍କ ମୋବାଇଲ ଛଡେଇ ନେଇଯାଇଥିଲା ଏଇ ନେଇ ମହିଳା ଜଟଣୀ ଥାନା ଏକ ମାମଲା ରୁଜୁ କରିଥିଲେ l କମିଶନେରଟେ ପୋଲିସ ତରଫରୁ ଗଠିତ ହେଇଥିବ P. O. P. D ଟିମ ଜଟଣୀ ପୋଲିସ P. K. ଜେନା ନେତୃତରେ ଜଟଣୀ ଥାନା ଅନ୍ତର୍ଗତ ବୁଡାପଡା ଗ୍ରାମର, ଖଗେଶ୍ୱର ପ୍ରଧାନ ଓ ବୃନ୍ଦାବନ ସାହୁଙ୍କୁ ଗିରଫ କରି ପଚରାଉଚରା କରିବା ପରେ ଜଣାପଡିଥିଲା ଜଣାପଡିଥିଲା ଅପରାଧୀମାନେ ଜଟଣୀ ଆଖପାଖ ଅଞ୍ଚଳରେ ମୋବାଇଲ ଲୁଟି ପିପିଲି ଥାନା ଅନ୍ତର୍ଗତ ସାନକଣ୍ଟିରେ ଥିବା ମୋବାଇଲ ଦୋକାନରେ ବିକ୍ରିକରୁଥିଲି l ପୋଲିସ ସାନକଣ୍ଟିରେଥିବା ତିନିଜଣକୁ ଗିରଫ କରି ତାଙ୍କ ଠାରୁ ପନ୍ଦରଟୀ( ୧୫ )ମୋବାଇଲ ଜବତ କରିଥିଲା l ଗିରଫ ତିନିଜଣ ହେଲେ ପବିତ୍ର ବେହେରା, କୃଷ୍ଣଚନ୍ଦ୍ର ବେହେରା ଓ ଭୀଷଣ ସାମଲ l ପୋଲିସ ଆଜି ସାନ୍ଧ୍ୟରେ ପାଞ୍ଚଜଣ ଅପରାଧୀଙ୍କୁ କୋର୍ଟ ଚାଲାଣ କରିଛି.

ଜଟଣୀ ଇପିଏ ରୁ ଦୁଲାଲ ରଂଜନ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.