ଜନକଲ୍ୟାଣ ସେବାଟ୍ରଷ୍ଟର ନୁଆଁଖାଇ ଭେଟଘାଟ ଓ ପ୍ରତିଭା ସମ୍ବର୍ଦ୍ଧନା

0 8

ପାଇକମାଳ : ଜନକଲ୍ୟାଣ ସେବାଟ୍ରଷ୍ଟ ଆନୁକୁଲ୍ୟରେ ନୃସିଂହନାଥ ଓଟିଡିସି ପରିସରରେ ଆଜି ନୂଆଁଖାଇ ଭେଟଘାଟ ଓ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି।ପାଇକମାଳ ବିନ୍ଧ୍ୟବାସିନୀ କଲେଜ ଅଧ୍ୟକ୍ଷ ଶ୍ୟାମଲାଲ ପ୍ରଧାମଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟଅତିଥି ଭାବେ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ମହାରାଜ ଭୁବନେଶ୍ବର ପ୍ରଧାନ, ମୂଖ୍ୟବକ୍ତା ଥାନା ଅଧିକାରୀ ବିଶ୍ବଜିତ୍ ମନବୋଧ,ସମ୍ମନିତ ଅତିଥି ଭାବେ ନୃସିଂହନାଥ ମନ୍ଦିର ମାର୍ଯାରକେଶରୀ ବିଚାରାଳୟ ର ବିଚାରପତି ସୁବୋଧ ପଣ୍ତା,ଅଜିତ ବାରିକ ଯୋଗ ଦେଇଥିଲେ।ଟ୍ରଷ୍ଟର ସଭାପତି ମୁକୁନ୍ଦ ଦାସ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।

ବୋଡାସମ୍ବର୍ ମାଟିର ସୁଯୋଗ୍ୟ ପ୍ରତିଭା ଅଧିକାରୀ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ୨୩ ଜଣ ପ୍ରତିଭାଙ୍କୁ ଅତିଥିଙ୍କ ଦ୍ବାରା ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ଜନକଲ୍ୟାଣ ସେବାଟ୍ରଷ୍ଟ ଦ୍ଵାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ନୃସିଂହନାଥ କଳା ପରିଷଦ ର କର୍ମକର୍ତ୍ତା ଗଣ ସହଯୋଗ କରିଥିବା ବେଳେ ନାଟ୍ୟକାର ରାଜେନ୍ଦ୍ର କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ପାଇକମାଳ ଇପିଏ ରୁ ଧିରେନ ମହାନ୍ତି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.