
ଟୋକିଓ ପାରାଅଲପୀଙ୍କସ୍ ରେ ସ୍ଵର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ମଙ୍ଗଳବାର ନିଜ ମାଟି ବରଗଡ଼ ଜିଲ୍ଲା ଅତାବିରା ରେ ପହଞ୍ଚିଛନ୍ତି l ତାଙ୍କୁ ଗୋଡଭଙ୍ଗା ଛକ ରୁ ସ୍ବାଗତ କରଯାଇଥିଲା l ଏକ ଭବ୍ୟ ଶୋଭାଯାତ୍ରା ରେ ଗୋଡଭଙ୍ଗା ସ୍ଥିତ ମା ସମଲେଇ ମନ୍ଦିର ରେ ପୂଜାର୍ଚ୍ଚନା କରି ପୁଣି ସୁସଜିତ ରଥ ରେ ଅତାବିରା ଅଭିମୁଖେ ବାହାରି ଥିଲେ l ରାସ୍ତା ର ବିଭିନ୍ନ ସ୍ଥାନରେ ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ, ବିଭିନ୍ନ ଅନୁଷ୍ଠାନ ଠୁ ଆରମ୍ଭ କରି ସମସ୍ତେ ପ୍ରମୋଦ କୁ ରାସ୍ତା ର ଉଭୟ ପାର୍ଶ୍ବରେ ପୁଷ୍ପ ଗୁଚ୍ଛ, ଶଙ୍ଖ, ଘଣ୍ଟି ବଜେଇ ସମ୍ବର୍ଧ୍ୱନା କରୁଥିବାର ଦେଖିବାକୁ ମିଳିଥିଲା l ଏକ ବିଶାଳ ବାଇକ୍ ରାଲୀ କରି ସାଙ୍ଗରେ ବାଜା, ଡିଯେ, ଢୋଲ, ମହୁରୀ, ଶଙ୍ଖ, ହୁଳହୁଳି ଦେଇ ପାଛୋଟି ନେଉ ଥିଲେ ତାଙ୍କ ଜନ୍ମ ମାଟି ଅତାବିରା କୁ ଅତାବିରା ପଂହଞ୍ଚି ତାଙ୍କ ବାସଗୃହ ସମ୍ମୁଖରେ ଦ୍ଵୀପ,ଫୁଲ ଧରି ଅପେକ୍ଷା କରି ରହିଥିଲେ ପ୍ରମୋଦ ଙ୍କ ସାନ ଭଉଣୀ ମନରେ ବହୁତ୍ ଉତ୍ସାହ ଦେଖିବାକୁ ମିଳିଥିଲା l

ଶେଷରେ ଦୁର୍ଗା ମନ୍ଦିର ରେ ପୂଜାର୍ଚ୍ଚନା କରି ଲାଦରପାଲି ସ୍ଥିତ ରାମଚଣ୍ଡୀ ମନ୍ଦିରରେ ଭବ୍ୟ ସଭାର ଆୟୋଜନ କରଯାଇଥିଲା l ଏହି ସଭାରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ଅତାବିରା ର ପୁର୍ବତନ ବିଧାୟକ ନିହାର ମହାନନ୍ଦ, ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅତାବିରା ତହସିଲଦାର ଙ୍କ ସମେତ ୫୦ ଗୋଟି ସ୍ବେଛାସେବୀ ସଂଗଠନ, ବିଭିନ୍ନ ଅନୁଷ୍ଠାନ, ଭଗତ ପ୍ରେମୀ ସମସ୍ତେ ଉପସ୍ଥିତ ରହି ସୁନା ପୁଅ ପ୍ରମୋଦ ଙ୍କୁ ସମ୍ମାନିତ କରିଥିଲେ l ନିଜ ଜନ୍ମ ମାଟିରେ ବିପୁଳ ସଂଖ୍ୟାରେ ଲୋକଙ୍କ ଉତ୍ସାହ ଦେଖି ନିଜେ ମଧ୍ୟ ଭାବ ବିହୁଳ ହୋଇପୁଡୁଥିଲେ ପ୍ରମୋଦ l ସବୁ ଯୁବ ପୀଢ଼ିଙ୍କୁ ଖେଳ ଜଗତ ରେ ଆଗକୁ ବଢ଼ିବା ପାଇଁ ମଧ୍ୟ ଆହ୍ବାନ ଦେଲେ l ଶେଷରେ ମୁଁ ଅତାବିରା ମାଟିର ପୁଅ ଏବଂ ଏ ଅଞ୍ଚଳ ର ସମସ୍ତଙ୍କ ଆଶୀର୍ବାଦ ରୁ ମୁଁ ଏହି ସ୍ୱର୍ଣ୍ଣ ପଦକ ପାଇବାରେ ସଫଳ ହୋଇଛି ବୋଲି କହିଛନ୍ତି ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତ l
ବରଗଡ଼ ଜିଲ୍ଲା ଇପିଏ ରୁ ସୁବାଷ ଦୋରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )