ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ରାଇରଙ୍ଗପୁର ଠାରେ ପ୍ରତିଜ୍ଞା ଦିବସ ପାଳନ

0 1

ରାଇରଙ୍ଗପୁର – ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ସାରା ଦେଶ ରେ ପ୍ରତିଜ୍ଞା ଦିବସ ଓ ଆଲୋଚନା ଚକ୍ର ପାଳନ କରାଯାଉଛି | ଏହି ପରିପ୍ରେକ୍ଷୀ ରେ ରାଇରଙ୍ଗପୁର ଠାରେ ପ୍ରତିଜ୍ଞା ଦିବସ ଅନୁଷ୍ଠିତ ହୋଇଯାଇଛି | ଏହି ସଭା ରେ ସଭାପତିତ୍ୱ କରିଥିବା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇଂ ଉମାକାନ୍ତ ମହାନ୍ତ ଦୀପ ପ୍ରଜ୍ୱଳନ କରି ସଭା କାର୍ଯ୍ୟ ଉଦଘାଟନ କରିଥିଲେ |

ମୁଖ୍ୟ ଅତିଥି ଭାବେ ରାଜ୍ୟ ଯେ.ଏସ.ଏଫ ର ଉପସଭାପତି ତଥା ମୟୁରଭଞ୍ଜ ଓ କେନ୍ଦୁଝର ର ଜିଲ୍ଲା ପ୍ରଭାରୀ ଶ୍ରୀ ନିଗମାନନ୍ଦ ପଟ୍ଟନାୟକ ଯୋଗ ଦେଇଥିଲେ | ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଦାରା ସିଂ ମହାନ୍ତ, ଅଧ୍ୟାପକ ଆଶିଷ କୁମାର ବେହେରା, ଅଧ୍ୟାପକ ସମୀର ମହାନ୍ତ, ଅଧ୍ୟାପକ ସପନ ଗୋପାଳ, ତାପସ କୁମାର ମହାନ୍ତ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟ ରୁ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ଅଜୟ କୁମାର ମହାପାତ୍ର, ଅର୍ଚିସ୍ମାନ ବେହେରା, ସୁକାନ୍ତି ମହାନ୍ତ ପ୍ରମୁଖ | ଆମ ଦେଶ ରେ ଦ୍ରୁତ ଗତି ରେ ଜନସଂଖ୍ୟା ବୃଦ୍ଧି ପାଉଛି | ଫଳ ରେ ପରୋକ୍ଷ ରେ ଦେଶ ର ବିକାଶ ରେ ବାଧା ଉପୁଜୁଛି | ଏପରି ସମୟରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ କଠୋର ନିୟମ କାର୍ଯ୍ୟକାରୀ କରିବାକୁ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ସାରା ଦେଶ ରେ ୨୦୧୩ ମସିହା ରୁ ଅଭିଯାନ ଆରମ୍ଭ ହୋଇଛି | ପ୍ରତିଜ୍ଞା ଦିବସ ଓ ଆଲୋଚନା ଚକ୍ର ମାଧ୍ୟମ ରେ ସଚେତନତା ସୃଷ୍ଟି କରିବା ସହିତ ସରକାର ଙ୍କ ଠାରେ ଚାପ ସୃଷ୍ଟି ପାଇଁ ଉଦ୍ୟମ ଜୋରଦାର ଚାଲୁ ରହିଛି | ଖୁବ ଶୀଘ୍ର କଠୋର ଆଇନ ପ୍ରଣୟନ ନ ହେଲେ ସାରା ଦେଶ ରେ ଏହି ବିପ୍ଳବ କୁ ତୀବ୍ର ରୁ ତୀବ୍ରତର କରିବାକୁ ବେଶୀ ସମୟ ଲାଗିବ ନାହିଁ ବୋଲି ରାଜ୍ୟ ଉପସଭାପତି ନିଗମାନନ୍ଦ ପଟ୍ଟନାୟକ ଦୃଢ଼ ଭାବରେ ସ୍ଵଉକ୍ତି ପ୍ରକାଶ କରିଛନ୍ତି | ଏଥିରେ ଉପସ୍ଥିତ ଅଭିଭାବକ, ଛାତ୍ର ଛାତ୍ରୀ ଓ ସହରର ବିଶିଷ୍ଟ ବ୍ୟକ୍ତି ବୃନ୍ଦ ସହମତି ପ୍ରକାଶ କରି ଏହାକୁ ଖୁବ ଶୀଘ୍ର ଆଇନ ରେ ପ୍ରଣୟନ କରିବାକୁ ଦାବି ରଖିଥିଲେ | ପରିଶେଷରେ ତାପସ କୁମାର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ | ପଶ୍ଚିମ ମୟୁରଭଞ୍ଜ ର ରାଇରଙ୍ଗପୁର, କରଞ୍ଜିଆ, ଟାଟୋ, ବଡ଼ ଡାଳିମା, ବିଂଝୁଆ, ଗୋରୁମାହିସାଣି, ଶୁକୃଳି, ଠାକୁରମୁଣ୍ଡା, ବହଳଦା, ବିଜାତଳା, ଝରାଡ଼ିହି ପ୍ରଭୃତି ୧୬ ଟି ସ୍ଥାନ ରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପଶ୍ଚିମ ମୟୁରଭଞ୍ଜ ପକ୍ଷରୁ ପ୍ରତିଜ୍ଞା ଦିବସ ପାଳନ ହୋଇଯାଇଛି |

ଇପିଏ ରୁ ନିଗମାନନ୍ଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.