ଜମି ମାଫିଆଙ୍କ ସହ କିଛି ଅସାଧୁ କର୍ମଚାରୀ ଜାଲ ଦସ୍ତାବିଜ ଓ କାଗଜପତ୍ର ପ୍ରସ୍ତୁତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ହଡପ କରିବାକୁ ଚକ୍ରାନ୍ତ ଚଳାଇଛନ୍ତି।

0 15

ବାଲେଶ୍ୱର ଜିଲ୍ଳା ସୋର ତହସିଲ ରାଇପୁର ମୌଜା ଅଂଚଳରେ ତିନିଜଣ ଆବେଦନକାରୀଙ୍କ ନାମରେ ଜମି ମାଲିକାନା ରେକର୍ଡ କରିବାକୁ ପୂର୍ବତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଜାଲ ଦସ୍ତଖତ ଥିବା ଚିଠି ସୋର ତହସିଲଦାରଙ୍କ ନିକଟରେ ଦାଖଲ ହୋଇଥିଲା। ଏହି ଚିଠି ସହ ଶ୍ରୀମନ୍ଦିର ଜମି ଜବରଦଖଲକାରୀଙ୍କ ନାମରେ ଶ୍ରୀଜଗନ୍ନାଥଙ୍କ ଜମି ରେକର୍ଡ କରିବାକୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ଏକ ଜାଲ୍ ଆଦେଶନାମାକୁ ସୋର ତହସିଲ ଆବେଦନ ସହ ସଂଯୋଗ କରାଯାଇଥିଲା। ଦରଖାସ୍ତ ଗୁଡିକ ଉପରେ ସୋର ତହସିଲଦାର ସନ୍ଦେହ ପ୍ରକାଶ କରି ଶ୍ରୀମନ୍ଦିର ପ୍ରଶାସନକୁ ଏନେଇ ଚିଠି ଲେଖିଥିଲେ। ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଏହି ଚିଠି ପହଞ୍ଚିବା ପରେ ଖୋଳତାଡ଼ ଆରମ୍ଭ ହୋଇଛି। ଯାଞ୍ଚ ସମୟରେ ସୋର ତହସିଲଦାରଙ୍କ ନିକଟରେ ଦାଖଲ ହୋଇଥିବା କାଗଜପତ୍ର ଜାଲ୍ ଥିବା ଜଣାପଡିଛି।ଏହି ତଥ୍ୟ ଆଧାରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାଲେଶ୍ୱର ଓ ପୁରୀ ଜିଲ୍ଲାର ଏସପି ଓ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଏହି ଘଟଣାକୁ ଗୁରୁତର ସହ ନେଇଥିବା ବେଳେ ଏନେଇ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି। ସେପଟେ ଏଭଳି ଜାଲିଆତି କାଗଜପତ୍ର ପ୍ରସ୍ତୁତ କରି ଜମି ହାତେଇବା ପାଇଁ ଚେଷ୍ଟା କରିଥିବା ଜମି ମାଫିଆଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଇପିଏରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.