ଜରଡିହ ପାଇଁ ଜମି ଅଧିକାର ଓ ଆବାସ ଯୋଜନା ରେ ଗୃହ ପାଇବାପାଇଁ ଦାବି ଜଣାଇଲେ ଦଳିତ ମହିଳା

0 2

ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ମାଧବ କୁମ୍ଭାର ଙ୍କ ନେତୃତ୍ତ୍ୱ ରେ ସ୍ଥାନୀୟ ପୌରପରିଷଦ ଅଞ୍ଚଳ ଅନ୍ତର୍ଗତ ୱ।ର୍ଡ଼ନଂ ୧୧ ର ମହିଳା ଅଧିବାସୀ ମାନେ ଜିଲ୍ଲାପାଳ ଙ୍କୁ ଭେଟି ସେମାନଙ୍କୁ ଘରବାଡି ପାଇଁ ଜାଗା ମିଶନ ଅଧିନରେ ସାମିଲକରି ଘରଡିହ ର ଅଧିକାର ତଥା ଆବାସ ଯୋଜନା (ସହରୀ)ରେ ଗୃହ ଯୋଗାଇଦେବାପାଇଁ ଜିଲ୍ଲାପାଳଙ୍କ ଠାରେ ଦାବି କରିଛନ୍ତି। ସେମାନେ ରହୁଥିବା ବନ୍ଧପଡାରେ ସେମାନେ କେତେ ପୁରୁଷ ଧରି ରହୁଥିଲେହେଁ ତାଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରାଯାଇ ସେମାନଙ୍କୁ ସରକାରଙ୍କଜାଗା ମିଶନରୁ ବଂଚିତ କରାଯାଇଛି। ଏପରିକି ସେମାନଙ୍କୁ ସ୍ୱଚ୍ଛ ପିଇବାପାଣି ମଧ୍ୟ ଯୋଗାଇ ଦିଆଯାଇପାରିନାହିଁ । ସେମାନେ ମେହେନ୍ତର ଭାବରେ ସହର ବାସି ଙ୍କ ସ୍ୱଚ୍ଛତା ପାଇଁ ଅନବରତ ସେବାଯୋଗାଇ ଆସିଥିଲେ ହେଁ ସେମାନଙ୍କୁ ମୌଳିକ ସୁବିଧା ରୁ ବଂଚିତ କରାଯାଇଛି ବୋଲି ଅତ୍ୟନ୍ତ କ୍ଷୋଭର ସହ ସେମାନେ ଦାୟିତ୍ୱ ରେ ଥିବା ଜିଲାପାଳ ସୂର୍ଯ୍ୟ ନାରାୟଣ ଦାଶଙ୍କ ଠାରେ ନିଜର ଆପତ୍ତି ଜଣାଇଥିଲେ। ଜିଲ୍ଲାପାଳ ମଧ୍ୟ ସେମାନଙ୍କ ଅଭିଯୋଗ ସହୃଦୟତା ପୁର୍ବକ ଅନୁଧ୍ୟାନ କରି ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ପ୍ରତିଶ୍ରୁତି ଦେବାପରେ ଉପସ୍ଥିତ ମହିଳା ମାନେ ହୁଳହୁଳି ଦେଇ ସ୍ୱ।ଗତ କରିଥିଲେ ପରେ ସେମାନେ ଉକ୍ତ ଦରଖାସ୍ତ ର ଏକକିତା ନକଲ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ପ୍ରଦାନ କରିଥିଲେ।

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.