ଜରିମୂଳରେ ବିଜେଡିର ୩୧ଜୋନ୍ ସ୍ତରୀୟ ସାଙ୍ଗଠନୀକ ସମ୍ମୀଳନୀରେ ଏକାଠି ହେଲେ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ କର୍ମୀ

0 43

ରାଜନଗର-ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଦଳର ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। କେଉଁଠି ବିଭିନ୍ନ ଦଳର ଦଳ ବଦଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ତ କେଉଁଠି ନିଜର ଦଳ ସପକ୍ଷରେ କର୍ମୀ ଟଣା ଟଣୀ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରାଜନଗର ବ୍ଲକରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମମାନ ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ଧୃଵ ସାହୁ ଓ ବ୍ଲକ ସଭାପତି ଅଶୋକ ପ୍ରତିହାରୀ ଙ୍କ ଉଦ୍ୟମରେ ହୋଇପାରିଛି।ଯାହାକି ଆଜି ଜରିମୂଳ ଠାରେ ହୋଇଥିବା ବିଜେଡି ର ଜୋନ୍ ସ୍ତରୀୟ ସାଙ୍ଗଠନିକ ସମ୍ମୀଳନୀରେ ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ କର୍ମୀ ସମାବେଶରେ ମୁଖ୍ୟ ଅତିଥି ପ୍ରାକ୍ତନ ବିଧାୟକ ତଥା କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ଯୁକ୍ତ ଦେବାଶିଷ ସାମନ୍ତରାୟ ଯୋଗ ଦେଇ ନବୀନ ପଟ୍ଟନାୟକଙ୍କ ଲୋକହିତକର କାମ ଉପରେ ବିସ୍ତୃତ ଭାବରେ ଆଲୋଚନା କରି, କହିଥିଲେ ବିଧାୟକ ଶ୍ରୀଯୁକ୍ତ ସାହୁ ଆପଣ ମାନଙ୍କ ନିକଟତମ ହୋଇ ସୁଖ ଦୁଃଖର ବନ୍ଧୁ ହୋଇପାରିଛନ୍ତି। ସେଥିପାଇଁ ତାଙ୍କର ଆପଣମାନଙ୍କ ପ୍ରତି ଅଗାଢ ଆନ୍ତରୀକତା ଓ ଉନ୍ନୟନ ସେଵା ହେତୁ ଆଜି ଆପଣମାନଙ୍କର ଏହି ଜନସମାଗମ ବିଜେଡି ଦଳ ତଥା ଧୃବ ବାଵୁଙ୍କ ହାତମୁଠାକୁ ଟାଣ କରିରଖିବା ସମ୍ଭଵ ହୋଇପାରିଛି। ଅନ୍ୟ ପକ୍ଷରେ ୩୧ ନମ୍ବର ଜୋନ୍ ରେ ଅଶୋକ ପ୍ରତିହାରୀ ଵିଜେଡି ଦଳର ସଙ୍ଗଠକ ତଥା ଦଳର ଚାଣକ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ,ସେ ଜନସାଧାରଣଙ୍କ ପାଖରେ ପହଞ୍ଚି ସେମାନଙ୍କର ସୁଖଦୁଃଖ ସମସ୍ୟା ରେ ଉପସ୍ଥିତ ରହି ଯେପରି ସେବା ଯୋଗାଇ ଦେଇ ଏହି ୯ ଟି ପଞ୍ଚାୟତ ବାସୀଙ୍କର ବିଶ୍ବାସ ଭାଜନ ହୋଇପାରିଛନ୍ତି , ଶ୍ରୀ ପ୍ରତୀହାରୀ ଭଳି କର୍ମଠ ବ୍ୟକ୍ତି ଏହି ଜୋନରେ ଜିଲ୍ଲା ପରିଷଦ ସଭ୍ୟ ହେଵା ଉଚିତ୍ ହେବ ଵୋଲି ଶ୍ରୀ ସାମନ୍ତରାୟ ମତବ୍ୟକ୍ତ କରିଥିଲେ।ଏହି ବିଶାଳ ସମାବେଶରେ ସଭାପତିତ୍ଵ କରୁଥିବା ବିଧାୟକ ଶ୍ରୀଯୁକ୍ତ ଧୃଵ ସାହୁ ଵିଜେଡି ସରକାର ଲୋକମାନଙ୍କୁ କିଭଳି ଭାବେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସଵୁ ପ୍ରକାର ସହାୟତା ଯୋଗାଇ ଦେଇଛି ତାହାକୁ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମଞ୍ଚାସୀନ ଅତିଥି ଥିଲେ ବ୍ଲକ ଅଧ୍ୟକ୍ଷ ଶ୍ରୀ ଜୟରାମ ସେଠୀ, ପୂର୍ବତନ ଅଧ୍ୟକ୍ଷ ସୁରେନ୍ଦ୍ର ପ୍ରସାଦ ରାଉତ, ଜିଲ୍ଲାପରିଷଦ ସଭ୍ୟା ସଵୀତା ସେଠୀ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବିଜୟ ନାୟକ, ପର୍ଯ୍ୟବେକ୍ଷକ ଜୟରାମ ଦାସ, ପୂର୍ବତନ ସରପଞ୍ଚ ପତିତପାବନ ପଣ୍ଡା ପ୍ରମୁଖ । ଵିଜେଡିର ଏହି ଶକ୍ତି ପ୍ରଦର୍ଶନ ରାଜନଗର ଜଗନ୍ନାଥ ମନ୍ଦିର ନିକଟରୁ ବିଶାଳ ସମାବେଶ ରାଲିରେ ଅତିଥି ଶ୍ରୀ ଯୁକ୍ତ ସାମନ୍ତରାୟ ଓ ବିଧାୟକ ଶ୍ରୀଯୁକ୍ତ ସାହୁଙ୍କୁ ଜରିମୂଳ ସଭା ମଣ୍ଡପ ଠାରେ ପହଞ୍ଚାଇଥିଲେ। ବିଜେଡିର ଏପରି ଜନ ସମର୍ଥନ ଦେଖି ଵିରୋଧିଙ୍କୁ କୋକୁଆ ଭୟ ହେଉଥିବା ବେଳେ ଏକତରଫା ଫଳପ୍ରଦ କରି ମୁଖ୍ୟମନ୍ତ୍ରୀ ଙ୍କ ଜନକଲ୍ୟାଣ ପାଇଁ ସାଫଲ୍ୟତା ଯୋଗାଇଵାରେ ସକ୍ଷମ ହୋଇପାରିବେ ଆଜିର ସମଵେତ ଏହି ଜନତା ପ୍ରମାଣିତ ହେଉଛି।।

ରାଜନଗର ଇପିଏ ରୁ ସୁକାନ୍ତ ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.