ଜହ୍ନlପଙ୍କ ହାଇସ୍କୁଲରେ ସହିଦ ଦିବସ ପାଳିତ

ବୌଦ୍ଧ ବ୍ଲକ ଜହ୍ନlପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାର ଦୁଇ ଜଣ ସହିଦଙ୍କ ସ୍ମୃତି ଉଦ୍ୟେଶରେ ବୌଦ୍ଧ ପୋଲିସ ପକ୍ଷରୁ ସହିଦ ଦିବସ ପାଳିତ ହୋଇଯାଇଛି l ଜହ୍ନlପଙ୍କ ଉଚ୍ଚ ବିଦ୍ୟାଳୟର ଛାତ୍ର ସହିଦ ବିଭୁଧେନ୍ଦ୍ର ବିଶ୍ୱାଳ ଏବଂ ସହିଦ ଗୋବିନ୍ଦ ପ୍ରଧାନଙ୍କ ଫୋଟୋ ଛିତ୍ରରେ ଜିଲ୍ଲାର ଉଚ୍ଚ ପଦସ୍ତ ଅଧିକାରୀ ତଥା ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତି , ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ବୌଦ୍ଧ ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାନ୍ତି , ଜହ୍ନlପଙ୍କ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତ୍ରିଲୋଚନ ସାହୁ,ବିଭୁଙ୍କ ପିତା ବସନ୍ତ କୁମାର ବିଶ୍ୱାଳ ଯୋଗଦେଇ ସହିଦଙ୍କ ସ୍ମୃତି ଚାରଣ କରିଥିଲେ l ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରମୋଦ କୁମାର ଚାନ୍ଦ ସଭା ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ତ୍ରିଲୋଚନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବୌଦ୍ଧ ବିଡ଼ିଓ ଦେବୀ ପ୍ରସାଦ ଦାସ,ବୌଦ୍ଧ ଥାନା ଅଧିକାରୀ ତପସ୍ୱିନୀ କହଁର, ଜହ୍ନlପଙ୍କ ଫାଣ୍ଡି ଅଧିକାରୀ ମମତା ହେମ୍ରମ, ଏଏସଆଇ ସୁବାଷ ମିଶ୍ର ତଥା ଜିଲ୍ଲା ପୋଲିସ ଉପସ୍ଥିତ ଥିବା ବେଳେ ଜହ୍ନlପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ l ସେହିପରି ସହିଦ ବିଭୂଧେନ୍ଦ୍ରଙ୍କ ଗ୍ରାମ ପଦ୍ମନପୁର ଠାରୁ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତାକୁ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ” ବିଭୂଧେନ୍ଦ୍ର ବିଶ୍ୱାଳ ମାର୍ଗ ନାମକରଣ କରିବା ସହ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମ ଉପରିସ୍ଥ ସମସ୍ତ ଅଧିକାରୀ ଉପସ୍ଥିତ ରହିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ପଦ୍ମନପୁର ସରପଞ୍ଚ ପ୍ରତାପ କିଶୋର ପରିଡା ଉପସ୍ଥିତ ଥିଲେ l ଶେଷରେ ମୁଣ୍ଡାପଡା ସରପଞ୍ଚ ବିଦ୍ୟାଧର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ l
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )