ଜାତୀୟ ଆଇନ୍ ସେବା ଦିବସ ପାଳିତ

0 9

ରାଇରଙ୍ଗପୁର : ରାଇରଙ୍ଗପୁର କୋର୍ଟର ସୌଜନ୍ଯରେ ରାଇରଙ୍ଗପୁର ହାଇସ୍କୁଲ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କପିଳେନ୍ଦ୍ର ଦାସ ଙ୍କ ସଭାପତିତ୍ବରେ “ଜାତୀୟ ଆଇନ ସେବା ଦିବସ “ପାଳିତ ହୋଇଯାଇଅଛି ।ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର କୋର୍ଟ ର ଅତିରିକ୍ତ ଜିଲ୍ଲା ଜର୍ଜ ଦିପକ କୁମାର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏସ୍.ଡି.ଜେ.ଏମ୍. ସ୍ମରଣିକା ପ୍ରଧାନ,ଜେ.ଏମ୍ .ଏଫ୍.ସି. ମନିକା ଆଚାର୍ଯ୍ୟ , ତାଲୁକ ଆଇନ ସେବା କମିଟି ର ସଦସ୍ୟ ଅତନୁ ମହାନ୍ତି, ବିଶିଷ୍ଟ ଶିକ୍ଷାବିତ ଦିଲ୍ଲୀପ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।ଅତିଥି ମାନେ ନିଜ ନିଜ ବକ୍ତବ୍ଯ ମାଧ୍ୟମରେ ଜାତୀୟ ଆଇନ ସେବା ଦିବସ ପାଳନର ତାତ୍ପର୍ଯ୍ୟ ବିଷୟରେ ଉପସ୍ଥାପନ କରିଥିଲେ । ରାଇରଙ୍ଗପୁର ହାଇସ୍କୁଲର ବିଜ୍ଞାନ ଶିକ୍ଷକ ରଞ୍ଜନ କୁମାର ନନ୍ଦ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଉକ୍ତ ଉତ୍ସବରେ ରାଇରଙ୍ଗପୁର ହାଇସ୍କୁଲର ଛାତ୍ର ମାନଙ୍କ ସହ ପାରା ଲିଗାଲ ଭଲେଣ୍ଟିୟାର୍ ଜନାର୍ଦନ ରାମ,ତ୍ରିନାଥ ମହାନ୍ତ,ଦୁଃଖୁରାମ୍ ମୁର୍ମୁ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଏବଂ ରାଇରଙ୍ଗପୁର କୋର୍ଟ ର କର୍ମଚାରୀ ମାନେ ଯୋଗ ଦେଇଥିଲେ ।

ରାଇରଙ୍ଗପୁର ଇପିଏ ରୁ ନିଗମାନନ୍ଦ ପଟ୍ଟନାୟକଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.