ଜାତୀୟ ଡାକଘର ସପ୍ତାହ ପାଳନ ଅବସରରେ ଡାକ-ଟିକଟ ପ୍ରଦର୍ଶନ ,ସେମିନାର ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା

0 3

ଛତ୍ରପୁର ସ୍ଥିତ ଶାନ୍ତି ନଗର ନେତାଜୀ ଯୁବକସଙ୍ଘ କମ୍ୟୁନିଟ ହଲ୍ ରେ ଜାତୀୟ ଡାକ ସପ୍ତାହ ପାଳନ ଅବସରରେ ଡାକ ଟିକଟ ପ୍ରଦର୍ଶନ ଏବଂ ଡାକ ସଂଗ୍ରହ ସମ୍ପର୍କିତ ସେମିନାର ଅନୁଷ୍ଠିତ ହୋଇଥିଲା । ଭାରତୀୟ ଡାକ ସେବା ର ଗୁରୁତ୍ୱପୂର୍ଣ୍ଣ ଭୂମିକା, ଏବଂ ଡାକ-ଟିକଟ ସଂଗ୍ରହରୁ ଉପଲବ୍ଧ ହେଉଥିବା ମୌଳିକ ଜ୍ଞାନ ସମ୍ବନ୍ଧରେ ଏକ ସାଧାରଣ ଜ୍ଞାନ ପ୍ରତିଯୋଗିତା କଲେଜ ସ୍ତରୀୟ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଗଣେଶ ଇନ୍ଷ୍ଟିଟ୍ୟୁଟ ଅଫ ସାଇନସ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି l ବ୍ରହ୍ମପୁର ଡାକ ମଣ୍ଡଳ ର ବରିଷ୍ଠ ଡାକ- ଅଧିକ୍ଷକ ତାରିଣୀ ଚରଣ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସହକାରୀ ଡାକ ଅଧିକ୍ଷକ ମନୋଜ କୁମାର ବେହେରା, କୀରଣ ମାଳା ପଣ୍ଡା, ଛତ୍ରପୁର ପ୍ରେସ୍ର କ୍ଲବ ସଭାପତି ପ୍ରଶାନ୍ତ କୁମାର ମହାରଣା, ପ୍ରେସ କ୍ଲବ ସହ-ସମ୍ପାଦକ କେ. ସତ୍ୟ ନାରାୟଣ ରେଡ୍ଡୀ, ଗଣେଶ ଇନ୍ଷ୍ଟିଟ୍ୟୁଟ ଅଫ ସାଇନସ ର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାନ୍ତି ପ୍ରମୁଖ ଯୋଗଦେଇ ଥିଲେ l ଡାକ ଟିକଟ ସଂଗ୍ରହ ଦ୍ୱାରା 3e ଅର୍ଥାତ ଏଜୁକେସନ, ଏନ୍ଟଟେରନମେଣ୍ଟ ,ଏରନିଙ୍ଗି ଆଦି ତିନୋଟି ଲକ୍ଷ୍ୟ ସାଧନ ନେଇ ଡାକ କର୍ତ୍ତୃପକ୍ଷ ବର୍ଣ୍ଣନା କରିଥିଲେ l ଏହି ଅବସର ରେ ଆୟୋଜିତ ସାଧାରଣ ଜ୍ଞାନ ପ୍ରତିଯୋଗିତା ରେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହା ବିଦ୍ୟାଳୟ, ପ୍ରଭୃତି ଅନୁଷ୍ଠାନର
ପ୍ରାୟ ଏକଶହ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ଏହି ଅବସରରେ ଉପସ୍ଥିତ ଡାକ ଅଧିକାରୀ ଶ୍ରୀ ବେହେରା ଓ ଶ୍ରୀମତୀ ପଣ୍ଡା ଡାକଘର କିଭଳି ତାର ମୂଳ ଡାକ ସେବା ସହ ଅଧୂନା ଗୋଟିଏ ଛାତ ତଳେ ବ୍ୟାଙ୍କିଙ୍ଗି ସେବା, ବୀମା, ଆଧାର ସଂଶୋଧନ ଓ ପଞ୍ଜିକରଣ,, କମନ ସର୍ଭିସ ସେଣ୍ଟର ସେବା, ରେଳ ଟିକଟ ବୂକିଙ୍ଗ ସେବା ଯୋଗାଉଥିବାରୁ ଛାତ୍ରଛାତ୍ରୀ ମାନେ ଦେଶର ସର୍ବବୃହତ ତଥା ପୁରାତନ ସଂସ୍ଥା ସହ ମାନେ ତରୁଣ ବୟସରୁ ଏକ୍ଷେତ୍ରରେ ଜଡିତ ହେବାକୁକୁ ଆହ୍ୱାନ ଦେଇଥିଲେ l ପ୍ରେରଣା ଦେଇଥିଲେ l ଆୟୋଜିତ ପ୍ରତିଯୋଗିତାରେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଛାତ୍ର ଦୀପକ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପି. ଶ୍ରୀନିବାସ ସେନାପତି, ମୃତ୍ୟୁଞ୍ଜୟ ନାହାକ ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ଓ ସମ୍ମାନୀତ ହୋଇଥିବା ବେଳେ ବି. ସିଦ୍ଧାର୍ଥ ଓ ନଳିନୀ ଶାସମଲ ଙ୍କୁ ଉକ୍ତ ପରୀକ୍ଷା ରେ ଉନ୍ନତ ପ୍ରଦର୍ଶନ ପାଇଁସମ୍ମାନୀତ କରାଯାଇଥିଲା
ଏହି କାର୍ଯ୍ୟକ୍ରମ କୁ ବ୍ରହ୍ମପୁର ଡାକ ମଣ୍ଡଳ ର ବିଜିନେସ ସଂଯୋଜକ ଗୌର ହରି ପଣ୍ଡା ପରିଚାଳନା କରିଥିଲେ । ଦେବରାଜ ନାୟକ, ଘନଶ୍ୟାମ ବେହେରା, ରଶ୍ମିରଂଜନ ମହାପାତ୍ର, ଭଗବାନ ସେଠୀ ପ୍ରମୁଖ ସହଯୋଗ କରିଥିଲେ l

ଛତ୍ରପୁର ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.