ଜାତୀୟ ମଦର ଟେରେସା ଅନୁଷ୍ଠାନର ରାଜ୍ୟ ଅଧ୍ୟକ୍ଷ ଭାବେ ସମାଜ ସେବି ସୂନାକର ବେହେରା ମନୋନୀତ

0 23

ଜଗତସିଂହପୁର, କୁଜଙ୍ଗ ବ୍ଲକ ସାଇଲୋ ଗ୍ରାମପଞ୍ଚାୟତ ତେରମାଣପୁର ନିବାସୀ ସମାଜସେବୀ ସୁନାକର ବେହେରାଙ୍କୁ ଜାତୀୟ ମଦର ଟେରେସା ପ୍ରତିଷ୍ଠାନ ଦ୍ୱାରା ଓଡିଶା ରାଜ୍ୟ ଦୁର୍ନୀତି ବିରୋଧୀ ବିଭାଗର ରାଜ୍ୟ ଅଧ୍ୟକ୍ଷ ରୂପେ ମନୋନିତ କରଯାଇଛି।ଏହି ସଂଗଠନର ଜାତୀୟ ସମ୍ପାଦକ ଡ.ମହମ୍ମଦ ନାସିର ଖାନ ନିଯୁକ୍ତ ଦେଇଥିବା ବେଳେ ଶ୍ରୀ ବେହେରାଙ୍କୁ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ସଂଗଠନର ଶୁଭେଚ୍ଛା ବାର୍ତ୍ତା ମିଳିବା ସହିତ ସେ ଜଗତସିଂହପୁର ଜିଲ୍ଲାକୁ ଗର୍ଵ ଗୌରବ ଆଣି ଦେଇଛନ୍ତି।ବର୍ତ୍ତମାନ ଜଗତସିଂହପୁର ଜିଲ୍ଲା ଓଡିଶା ସାମ୍ବାଦିକ ସଙ୍ଘ ସଭାପତି ଥିବାବେଳେ ଭାରତ ସରକାରଙ୍କ ନୀତିଆୟୋଗ ଅଧିନ ଆଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ରାଜ୍ୟ ସାଧାରଣ ସମ୍ପାଦକ ସହିତ ଆନ୍ତରାଷ୍ଟ୍ରୀୟ ମାନବାଧିକାର ରାଷ୍ଟ୍ରଦୂତ ସଂଗଠନର ଜାତୀୟ ଉପସଭାପତି ଓ ଆନ୍ତର୍ଜାତିକ ମାନବାଧିକାର ପରିଷଦର ଓଡିଶା ରାଜ୍ୟ ଯୁଗ୍ମ ସମ୍ପାଦକ ରୂପେ ଏହି ନିକଟରେ ମନୋନୀତ ହୋଇଅଛନ୍ତି ଏବଂ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ଶାରଳା ମହାବିଦ୍ୟାଳୟ ରାହାମା,ଜବାହାର ନବୋଦୟ ବିଦ୍ୟାଳୟ ,ସେଣ୍ଟ ଜାଭିୟର ହାଇସ୍କୁଲ ଇତ୍ୟାଦି ଅନେକ ଧାର୍ମିକ ଓ ଆଧ୍ୟାତ୍ମିକ ସଂଗଠନ ମାନଙ୍କର ପ୍ରମୁଖ ଦାୟିତ୍ୱ ବହନ କରି ସାମାଜିକ କ୍ଷେତ୍ରରେ ବହୁ ସନମାନର ଅଧିକାରୀ ହୋଇ ପାରିଛନ୍ତି।

ତିର୍ତୋଲ ଇପିଏ ରୁ ଶ୍ରୀଵତ୍ସ ପାଢୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.