ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍.ସି.ସି) ଦିବସ ପାଳିତ

0 11

ଭୁବନେଶ୍ବର : ରବିବାର ୨୮ ତାରିଖ ପୂର୍ବାହ୍ନରେ ପୁରୀ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍.ସି.ସି) ପକ୍ଷରୁ ଏନ୍.ସି.ସି. ଦିବସ ପାଳିତ ହୋଇଯାଇଛି l ଏହିକାର୍ଯ୍ୟକ୍ରମରେ ଏନ୍.ସି.ସି. ର ବାର୍ଷିକ ମ୍ୟାଗାଜିନ ” ଥିଙ୍କ୍ ଇଙ୍କ” ର ମଲାଟ-ପୃଷ୍ଠା ଉନ୍ମୋଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କ୍ରମ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡାଃ. ସୁଜାତା ମିଶ୍ର ଆନୁଷ୍ଠାନିକ ଭାବେ ଏନ୍.ସି.ସି. ପତାକା କୁ ଉତ୍ତୋଳନ କରି ସମ୍ମିଳିତ କ୍ୟାଡ଼େଟ୍ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ l ବିଗତ ଦିନ ମାନଙ୍କରେ ଏନ୍ ସି ସି କ୍ୟାଡ଼େଟ୍ ମାନଙ୍କ ଦ୍ଵାରା କରାଯାଇଥିବା ବିଭିନ୍ନ ସାମାଜସେବା ତଥା ଅନ୍ୟାନ୍ୟ ଜନମଙ୍ଗଳ କାର୍ଯ୍ୟକ୍ରମ ସହିତ ଭାରତ ସରକାରଙ୍କର ନିର୍ଦ୍ଦେଶରେ ଏନ୍.ସି.ସି. ମହା-ନିର୍ଦ୍ଦେଶାଳୟ ନୂଆଦିଲ୍ଲୀ ଙ୍କ “ଏନ୍.ସି.ସି.ରେ ଯୋଗଦାନ” କାର୍ଯ୍ୟକ୍ରମ ଅନ୍ତର୍ଗତ କୋଭିଡ଼ ସମୟରେ ଏନ୍.ସି.ସି. କ୍ୟାଡ଼େଟ୍ ମାନଙ୍କ ଦ୍ଵାରା କୋଭିଡ ସହାୟତା କେନ୍ଦ୍ର ଦ୍ଵାରା କରା ଯାଇଥିଲା । ବିଭିନ୍ନ କୋଭିଡ ସଂକ୍ରମିତ ଙ୍କୁ ସାହାଯ୍ୟ କରା ଯାଇଥିବା ବିଷୟରେ ସମ୍ପର୍କରେ ମହାବିଦ୍ୟାଳୟ ର ଏନ୍ ସି ସି ଅଧିକାରୀ ଲେଫ୍ଟନାଣ୍ଟ ଡାଃ.ସଞ୍ଜୟ କୁମାର ସୁନ୍ଦରାୟ ଆଲୋକପାତ କରିଥିଲେ l ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ସଡକ ସୁରକ୍ଷା ସପ୍ତାହ, ପୁରୀ ବଡଦାଣ୍ଡ ସେବା ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ରେ ଏନ୍.ସି.ସି. କ୍ୟାଡ଼େଟ୍ ଭାଗନେଇ ପ୍ରଶାସନ ଠାରୁ ସମ୍ବର୍ଦ୍ଧନା ମଧ୍ୟ ପାଇଛନ୍ତି l ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ସମାଜିକ କାର୍ଯ୍ୟକ୍ରମ କୁ ମଧ୍ୟ ଏହି ମହାବିଦ୍ୟାଳୟ କ୍ୟାଡ଼େଟ୍ ମାନେ ଭାଗନେଇ ସଫଳତାର ସହ ଆଗେଇ ନେଇଥିଲେ l କୋଭିଡ ସମୟ ରେ କରାଯାଇଥିବା କୋଭିଡ ସେବା ପାଇଁ ଏନ.ସି.ସି. ମହାନିର୍ଦେଶାଳୟ ନୂଆଦିଲ୍ଲୀ ଙ୍କ ଦ୍ୱାରା ଏହି ମହାବିଦ୍ୟାଳୟର କ୍ୟାଡେଟ କର୍ମଦା ପତି କୁ ଦିଆଯାଇଥିବା ଡ଼ି.ଜି. ଟ୍ରଫି ପାଇଁ ମହାବିଦ୍ୟାଳୟ ତରଫରୁ ଅଧକ୍ଷ ଡ଼ଃ. ମିଶ୍ର ସମ୍ବର୍ଦ୍ଧନା କରିଥିଲେ । ସେହିପରି ଓଡିଶା ର ଏକ ମାତ୍ର କ୍ୟାଡେଟ ଭାବେ କ୍ୟାଡେଟ ଆଶିଷ ଜେନା ହିମାଲୟପର୍ବତ ଆରୋହଣ ଟ୍ରେନିଂ ନେଇ ୧୬ ହଜାର ୫୦୦ ଫୁଟ ପର୍ବତ-ଆରୋହଣ କରି ସଫଳତା ର ସହ ଫେରି ଥିବାରୁ ତାଙ୍କୁ ମହାବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା । ଶେଷରେ କ୍ୟାଡେଟ ମାନଙ୍କ ଦ୍ୱାରା ଦେଶାତ୍ମବୋଧକ ନୃତ୍ୟ ଓ ସଙ୍ଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଧନ୍ୟବାଦ ଅର୍ପଣ କରାଯାଇଥିଲା । ଅଧ୍ୟକ୍ଷା ଡାଃ ମିଶ୍ର କ୍ୟାଡେଟ ମାନଙ୍କ ରଏହିପରି ସଫଳତା ପାଇଁ ଏନ୍.ସି.ସି. ଅଧିକାରୀ ଲେଫ୍ଟନାଣ୍ଟ ଡାଃ ସୁନ୍ଦରାୟ ଙ୍କ ନେତୃତ୍ୱ କୁ ଧନ୍ୟବାଦ ଦେବା ସହ ଏଥିପାଇଁ ମହାବିଦ୍ୟାଳୟ ଗର୍ବିତ ହେବା ସହ ଆଗାମୀ ଦିନରେ ଏହାକୁ ବଜାୟ ରଖିବାକୁ ଉପସ୍ଥିତି ଅନ୍ୟ କ୍ୟାଡ଼େଟ୍ ମାନଙ୍କୁ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ସମସ୍ତ ଏନ୍.ସି.ସି କ୍ୟାଡେଟ ସମେତ ଅନେକ ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନ ର ଅନେକ ଅଧ୍ୟାପକ ଓ ଅଧ୍ୟାପିକା ଯୋଗଦେଇଥିଲେ l

ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.