ଜାରକା ର ଜେମାଶୁଣି ମନ୍ଦିର ର ସଫେଇ କାର୍ଯ୍ୟକ୍ରମ

0 8

ଅନ୍ବେଷଣ ଥିଏଟର ଗ୍ରୁପ ଯାଜପୁର ଓ ସରୋଜିନୀ ସ୍ମୃତି ସଂସଦ ଜାରକା ପକ୍ଷରୁ ଜାରକା ର ଜେମାଶୁଣି ମନ୍ଦିର ର ସଫେଇ କରାଯିବା ସହ କିଛି ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା । ଏହି ପେରିପ୍ରେକ୍ଷୀରେ ଜିଲ୍ଲାର ଜୟ ଜଗନ୍ନାଥ ଗ୍ରୁପ ସହଯୋଗ କରିଥିଲେ । ଧର୍ମଶାଳା ଥାନା ଅଧିକାରି ଶ୍ରୀ ରାକେଶ ତ୍ରିପାଠୀ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷ୍ୟାବିତ ଡା ଚିତ୍ତରଞ୍ଜନ ମହାନ୍ତି ଯୋଗ ଦେଇଥିଲେ, ପରେ ପରେ ମାସ୍କ ବଣ୍ଟାଯିବା ସହ କରନା କଟକଣା ନିୟମକୁ ମାନିବାକୁ ଅନୁଷ୍ଠାନ ପକ୍ଷରୁ ସଚେତନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମ ରେ ଅନ୍ବେଷଣ ସମ୍ପାଦକ ଅଭିମନ୍ୟୁ ମିଶ୍ର , ଯୁବ ସାମ୍ବାଦିକ ମୃତ୍ୟୁଞ୍ଜୟ ସାହୁ , ସାମ୍ବାଦିକ ପ୍ରଫୁଲ ରାଉତ , ମାନସ ରାଉତ , ସାମ୍ବାଦିକ ସୁରେଶ କର ଓ ଜଗନାଥ ଓଡିଶା ଗ୍ରୁପ ପକ୍ଷରୁ ବହୁ ସଦସ୍ୟ ଙ୍କ ସହ ସ୍ଥାନୀୟ ଲୋକେ ଉପସ୍ଥିତ ରହି ସହଯୋଗ କରିଥିଲେ ।

ଯାଜପୁର ଇପିଏ ରୁ ମୃତ୍ୟୁଞ୍ଜୟ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.