ଜିଉଁନ୍ତିଆ ତିଆରିରେ ବନ୍ଧା ମୋ ଜୀବନ

0 10

ସୁବର୍ଣ୍ଣପୁର : ଜିଉଁନ୍ତିଆ କହିଲେ ଏହା ପଶ୍ଚିମ ଓଡିଶା ରେ ପାଳିତ ହେଉଥିବା ଏକ ବିଶେଷ ପୂଜା କୁ ବୁଝାଯାଇଥାଏ l କେବଳ ଏହି ପର୍ବ ଆମ ପଶ୍ଚିମ ଓଡିଶା ରେ ପାଳିତ ହୋଇଥାଏ l ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗ ର ସୂତା ରେ ତିଆରି ହୋଇଥିବା ଜିଉଁନ୍ତିଆ କୁ ମା ମାନେ ଆଜିର ଦିନରେ ନିଷ୍ଠା ର ସହିତ ଉପବାସ ରହି ପର ଦିନ ଭୋର ସକାଳୁ ନିଜ ପୁଅ ମାନଙ୍କ ଡାହାଣ ହାତରେ ବାନ୍ଧି ଥାନ୍ତି l ଏହି ପୂଜା କେବଳ ମା ମାନେ କରୁଥିବାରୁ ଏହାକୁ ପୁଅଜିଉଁନ୍ତିଆ ବୋଲି କୁହାଯାଏ l ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଏହି ପୁଅ ଜିଉଁନ୍ତିଆ ପର୍ବ ପାଳିତ ହୋଇଥାଏ l ନିର୍ଜଳା ଉପବାସ ରହିଥାନ୍ତି ଏହି ପର୍ବ ରେ l ଏହି ପର୍ବ ରେ ଲାଗୁଥିବା ଜିଉଁନ୍ତିଆ କୁ କେବଳ ବାବାଜୀ ସମ୍ପ୍ରଦାୟ ର ଲୋକେ ତିଆରି କରିଥାନ୍ତି l ଏକ ମାସପୂର୍ବରୁ ସୂତା ଆଣି ଏହି ଜିଉଁନ୍ତିଆ ତିଆରି କରିଥାନ୍ତି l ରଙ୍ଗ ବେରଙ୍ଗ ର ସୂତାରେ ତିଆରି ହୋଇଥିବା ଏହି ଜିଉଁନ୍ତିଆ ବିଭିନ୍ନ କିସମର ଭିନ୍ନ ଭିନ୍ନ ମୂଲ୍ୟ ରହିଥାଏ l ଗାଁ ଗାଁ ବୁଲି ଏମାନେ ଜିଉଁନ୍ତିଆ ବିକ୍ରୟ କରିଥାନ୍ତି l ଧୀରେ ଧୀରେ ଏହି ଜିଉଁନ୍ତିଆ ବେପାର ମାନ୍ଦା ହେବାକୁ ବସିଲାଣି l ହେଲେ ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ପଲଶାଗୋରା ରେ ବାବାଜୀ ସମ୍ପ୍ରଦାୟ ଆଜି ମଧ୍ୟ ଜିଉଁନ୍ତିଆ ତିଆରି କରି ନିଜ ପରିବାର ଚଳାଉଛନ୍ତି l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.