ଜିଲ୍ଲାପାଳଙ୍କ କାଶୀପୁର ଓ କଲ୍ୟାଣ ସିଂପୁର ଗସ୍ଥ
ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର କାଶୀପୁର ଓ କଲ୍ୟାଣସିଂପୁର ଗସ୍ଥ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ।ଜିଲ୍ଲାପାଳ ଗସ୍ତରେ କାଶୀପୁର ବ୍ଲକ ପରିଦର୍ଶନ କରିବା ସହ ବିଭିନ୍ନ ବିଦ୍ୟାଳୟଗୁଡ଼ିକର ଆଧୁନିକି କରଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । କାଶୀପୁର ବ୍ଲକ କାର୍ଯ୍ୟାଳୟରେ ପରିଦର୍ଶନ କଲାପରେ ୫ଟି ଅନ୍ତର୍ଗତ ଉଚ୍ଚ ବିଦ୍ୟାଳୟର ଅଧୁନିକ କରଣ ,ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ଖେଳ ପଡ଼ିଆର କାର୍ଯ୍ୟ ସମୂହ ପରିଦର୍ଶନ କରିଥିଲେ ଓ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିବା ସହିତ ସମସ୍ତ କାର୍ଯ୍ୟ ସମୟ ଅବଧି ଭିତରେ ଶେଷ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ l

ଏହାପରେ କଲ୍ୟାଣସିଂପୁର ବ୍ଲକ ଅନ୍ତର୍ଗତ ସିକରପାଇ ଉଚ୍ଚ ବିଦ୍ୟାଳୟର ଓ ରାୟଗଡ ଅନ୍ତର୍ଗତ ଉଗ୍ରତାରା ଉଚ୍ଚବିଦ୍ୟାଳୟର ଅlଧୁନିକ କରଣ କାର୍ଯ୍ୟ,ସ୍ମାର୍ଟ କ୍ଲାସ,ଇ-ଲାଇ ବ୍ରେରୀ, ବିଜ୍ଞାନଗାର, ଖେଳ ପଡ଼ିଆର କାର୍ଯ୍ୟ ସମୂହ ପରିଦର୍ଶନ କରିଥିଲେ ଓ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିବା ସହିତ ସମସ୍ତ କାର୍ଯ୍ୟ ସମୟ ଅବଧି ଭିତରେ ଶେଷ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥଲେ ।ଜିଲ୍ଲାପାଳ ଉଭୟ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ l
ରାୟଗଡ ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )