ଜିଲ୍ଲାପାଳଙ୍କ ସହ ସାମ୍ବାଦିକ ଙ୍କ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା

0 9

ନିକଟରେ ମୃତ୍ୟୁ ବରଣକରିଥିବା ଆମ ଇପିଏ ଅନୁଷ୍ଠାନର ଯୁବ ସାମ୍ବାଦିକ ସ୍ୱର୍ଗତ ଗୋବିନ୍ଦ ଠାକୁର ଙ୍କ ନପରିବାରକୁ ରାଜ୍ୟ ସରକାରଙ୍କ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନକରାଯାଇଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ତଥା ସରକାର ଙ୍କୁ କୃତଜ୍ଞତା ଜଣାଇବାସହ ଜିଲ୍ଲାରେ ଅଧାପନ୍ତରିଆ ଥିବା ଅନେକ ଉନ୍ନୟନ କାମର ତ୍ୱରାନ୍ୱିତ ପଦକ୍ଷେପ ନେବା ତଥା ସୋନପୁର ବିନିକା ରାସ୍ତାରେ ଥିବା ଅଙ୍ଗନଦୀ ର ଟୋଲ ଆଦାୟରେ ହେଉଥିବା ବ୍ୟାପକ ଅନିୟମିତତା ସହ ବ୍ରୀଜ୍ ନିର୍ମାଣ ସମୟରେ ହୋଇଥିବା ଖର୍ଚ୍ଚ ରୁ ବହୁଗୁଣ ଅଧିକ ଟେକ୍ସ ଆଦାୟପରେ ମଧ୍ୟ ଟୋଲଗେଟ ଟି ଉଠିନଥିବାରୁ ଟୋଲଟିକସ କୁ ସବୁଦିନ ପାଇଁ ପ୍ରତ୍ୟାହାର କରିବାପାଇଁ ପଦକ୍ଷେପ ନେବାପାଇଁ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି କର୍ମକ୍ଷେତ୍ରରେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଜିଲ୍ଲା ପାଳ ଙ୍କ ସହ ଆଲୋଚନା କରିଥିଲେ। ସହରର ବିଭିନ୍ନ ରାସ୍ତାଘାଟ ଡ୍ରେନେଜ୍ ସମସ୍ୟା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାସହ ପଦକ୍ଷେପ ନେବାପାଇଁ ତାଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିଲା l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.