ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ
ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଖରିଫ୍ ଋତୁ ୨୦୨୧-୨୨ ଜିଲ୍ଲାପାଳ,ଖୋର୍ଦ୍ଧା ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଛି।ଖୋର୍ଦ୍ଧା ଜିଲ୍ଲାର ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ।ଜିଲ୍ଲାରେ ୪୬୫୯୫ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ୪୬୪୧୦ ଜଣ ଚାଷୀଙ୍କ ପଞ୍ଜିକରଣ ସଠିକ୍ ରହିଛି ଏବଂ ସେମାନେ ୨୦୨୧-୨୨ ରେ ଧନ ବିକ୍ରୟ କରିପାରିବେ।ମାନ୍ୟବର ବିଧାୟକ, ଖୋର୍ଦ୍ଧା ଶ୍ରୀ ଜୋତିରିଂଦ୍ର ନାଥ ମିତ୍ର ବୈଠକରେ ଯୋଗ ଦେଇ ଚାଷୀମାନେ ଯେପରି ସୁବିଧାରେ ଧାନ ବିକ୍ରି କରିପାରିବେ ଏବଂ ଧାନ ରଖିବାକୁ ଆବଶ୍ୟକ ଗୋଦାମ ବ୍ୟବସ୍ଥା କରିବାକୁ କହିଥିଲେ।
ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଅନାଥ ଚରଣ ସ୍ଵାଇଁ ଧାନ ସଂଗ୍ରହ ବ୍ୟବସ୍ଥା ସମ୍ପର୍କରେ କହିଥିଲେ।୨୦୨୧-୨୨ ଖରିଫ୍ ଋତୁରେ ଖୋର୍ଦ୍ଧା ଜିଲ୍ଲାରେ ଆପାତତଃ ୧୫ ଲକ୍ଷ କ୍ଵିଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ ରହିଛି।ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ଜିଲ୍ଲାରୁ ଶତକଡ଼ା ଅଶୀ ଭାଗ ଧାନ ସଂଗ୍ରହ ପାଇଁ ଅଗ୍ରୀମ ଧାର୍ଯ୍ୟ କରିଛନ୍ତି। ଏଫ୍. ଏ. କ୍ୟୁ ମାନ ଧାନର ସହାୟକ ମୂଲ୍ୟ କ୍ଵିଣ୍ଟାଲ ପ୍ରତି ୧୯୪୦ ଟଙ୍କା ରଖାଯାଇଛି ଏବଂ ଗ୍ରେଡ ‘ ଏ’ ଧାନର ସହାୟକ ମୂଲ୍ୟ କ୍ଵିଣ୍ଟାଲ ପ୍ରତି ୧୯୬୦ ଟଙ୍କା ରହିଛି।ଜିଲ୍ଲାରେ ୧୩୯ ଟି ପାକସ ମାଧ୍ୟମରେ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ କରାଯିବ।ଖାଦ୍ୟ ନିରାପତ୍ତା ଓ ଧାନ ସଂଗ୍ରହ ନିୟମ ଏବଂ ଚାଷୀମାନଙ୍କୁ ଯଥା ସମୟରେ ଧାନ ବିକ୍ରୟ ଅର୍ଥ ପ୍ରଦାନ କରିବାକୁ ଥିବା ବ୍ୟବସ୍ଥା ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ କହିଥିଲେ।ଚାଷୀମାନଙ୍କୁ ସଚେତନ କରିବା,ଧାନ ସଂଗ୍ରହ କେନ୍ଦ୍ରରେ ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ ଆଲୋଚନା ହୋଇଥିଲା।ଖୋର୍ଦ୍ଧା ଜିଲ୍ଲାରେ ଭୁବନେଶ୍ୱର ଉପଖଣ୍ଡର ଚାଷୀମାନଙ୍କ ଠାରୁ ତା ୨୯-୧୨-୨୦୨୧ ରିଖ ଠାରୁ ଧାନ ସଂଗ୍ରହ କରିବା ଏବଂ ଖୋର୍ଦ୍ଧା ଉପଖଣ୍ଡରେ ତା ୪-୧-୨୦୨୨ ରିଖ ଠାରୁ ଧାନ ସଂଗ୍ରହ କରିବା ପାଇଁ ବୈଠକରେ ଆଲୋଚନା କ୍ରମେ ସ୍ଥିର ହେଲା।ଚାଷୀମାନଙ୍କର ସୁବିଧା ପାଇଁ ଖୋର୍ଦ୍ଧାରେ ଆର୍. ଏମ୍. ସି ତରଫରୁ ଏକ ମାର୍କେଟ କମ୍ପ୍ଲେକ୍ସ ଏବଂ ଆଦର୍ଶ ମଣ୍ଡି କରିବାକୁ ଜିଲ୍ଲାପାଳ କହିଥିଲେ।
ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ କୁମାର ଦଳେଇ,ଅତିରିକ୍ତ ଜିଲ୍ଲାପାଳ, ଖୋର୍ଦ୍ଧା ଶ୍ରୀ ମନୋଜ କୁମାର ପାଢ଼ୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦିଗନ୍ତ ରାଉତରାୟ, ଉପଜିଲ୍ଲାପାଳ ଭୁବନେଶ୍ୱର ଶ୍ରୀ ଦେବବ୍ରତ ସାହୁ,ଉପଜିଲ୍ଲାପାଳ, ଖୋର୍ଦ୍ଧା ଶ୍ରୀ ଆଇ. ଗୌରବ ଶିବାଜି,ଡି ଆର୍ ସି ଏସ,ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ,ବିଭିନ୍ନ ବିଭାଗର ଅଧିକାରୀ ଓ ମିଲର୍ ମାନେ ଯୋଗ ଦେଇଥିଲେ।
ଖୋର୍ଦ୍ଧା ଇପିଏ ରୁ ମନୋଜ କୁମାର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )