ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

0 9

ରାୟଗଡ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଡେପୁଟି କଲେକ୍ଟର ଶ୍ରୀ ଶୁକାନ୍ତ କୁମାର ପ୍ରଧାନ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ । ବୈଠକ ପ୍ରାରମ୍ଭରେ ଜିଲ୍ଲା ଜରୁରୀ କାଳିନ ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ସମସ୍ତଙ୍କୁ ସ୍ବାଗତ କରିବା ସଂଗେ ସଂଗେ ବୈଠକର ଆଲୋଚ୍ୟ ବିଷୟବସ୍ତୁ ଓ ଉଦ୍ଦେଶ୍ୟ ଉପରେ ସୂଚନା ଦେଇଥିଲେ ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ବିପର୍ଯ୍ୟୟ ପ୍ରସ୍ତୁତି ପାଇଁ ଶପଥ ପାଠ କରାଇଥିଲେ । କୋଭିତ ନିୟମାନୁସାରେ ପାଳନ କରାଯାଇଥିଲା। ଏହା ସହିତ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ସମିତି ମାନଙ୍କରେ ବିପର୍ଯ୍ୟୟ ପ୍ରସ୍ତୁତି ଉପରେ ଶପଥ ପାଠ କରି ଆଲୋଚନା କରାଯାଇଥିଲା। ଆଜିର ଏହି ଜିଲ୍ଲା ସ୍ତରୀୟ ବୈଠକରେ ସ୍ୱାସ୍ଥ୍ୟ ଅଧିକାରୀ, ପୌର ନିର୍ବାହୀ ଅଧିକାରୀ ରାୟଗଡ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦାନ କରିଥିଲେ।

ରାୟଗଡା ଜିଲ୍ଲା ଇପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.