ଜିଲ୍ଲା ଦୈାରାଜଜ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

0 5

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବାର୍ ଆସୋସିଏସନ୍ ର ସଭାଗୃହ ଠାରେ ନୂଆପଡ଼ା ରେ କାର୍ଯ୍ୟରତ ଥିବା ଜିଲ୍ଲା ଦୈାରାଜଜ ଶ୍ରୀମାନ ଭଗବାନ ପ୍ରଧାନ ଙ୍କ ବାଲେଶ୍ଵର ଜିଲ୍ଲା ଜଜ୍ ଭାବେ ବଦଳି ହୋଇଥିବା ପରିପ୍ରେକ୍ଷୀରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ଉକ୍ତ ସଭାରେ ସଂଘର ସଭାପତି ଆଡଭୋକେଟ ଶ୍ରୀମାନ ପ୍ରଶନ୍ନ କୁମାର ପାଢ଼ି ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉପସ୍ଥିତ ଥିବା ଓକିଲ ସଂଘ ର ସଦସ୍ୟ ଗଣ ଶ୍ରୀମାନ ପ୍ରଧାନ ଙ୍କ ବନ୍ଧୁତ୍ୱ ପୂର୍ଣ୍ଣ ବ୍ୟବହାର ଏବଂ କାର୍ଯ୍ୟ ଦକ୍ଷତା କୁ ଭୂୟସୀ ପ୍ରଶଂସା କରିଥିଲେ l ଶ୍ରୀମାନ ଭଗବାନ ପ୍ରଧାନ ଙ୍କୁ ଏକ ଉପଢୌକନ ତଥା Memento ପ୍ରଦାନ କରାଯାଇଥିଲା l ଏ ଅବସରରେ ଅନ୍ୟ ଜଜ୍ ମାନଙ୍କ ମଧ୍ୟରେ ସି.ଜି.ଏମ୍ ସୁଶ୍ରୀ ସୋମ୍ୟାଶୁଭଦର୍ଶିନୀ, ରେଜିଷ୍ଟ୍ରାର ସିଭିଲ କୋର୍ଟ ଶ୍ରୀମାନ ଜୟପ୍ରକାଶ ନାୟକ, ସେକ୍ରେଟାରୀ ଡି.ଏଲ୍.ଏସ୍.ଏ ଶ୍ରୀମତୀ ସସ୍ମିତା ନାଏକ ଉପସ୍ଥିତ ଥିଲେ lଓକିଲ ମାନଙ୍କ ମଧ୍ୟରେ ସଂଘର ସାଧାରଣ ସମ୍ପାଦକ ଅଶ୍ୱିନୀ କୁମାର ବାଗ, ଉପସଭାପତି ପ୍ରକାଶ ଚନ୍ଦ୍ର ସ୍ୱାଇଁ, କୋଷାଧ୍ୟକ୍ଷ ବିଶୁ ରଣା, ବରିଷ୍ଠ ଆଇନଜୀବୀ ପ୍ରଶନ୍ନ ଚନ୍ଦ୍ର ମହାପାତ୍ର, ମୁରଲୀଧର ପଣ୍ଡା,ସେତରାମ ଦେବାଙ୍ଗନ, ରମେଶ ଚନ୍ଦ୍ର ଭୋଇ,ଅମିତାବ ବୋଷ, କ୍ଷିତିଶ ବୋଧଙ୍କର, ଅଶ୍ୱିନୀ ପାତ୍ର, କୁମୁଦ ହୋତା, ଘାସିରାମ ବାଗ ପ୍ରମୁଖ ଉପସ୍ଥିତ ଥିଲେ l

ନୂଆପଡା ଇପିଏ ରୁ ଡେନିସ ରାୟ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.