ଜିଲ୍ଲା ପୋଲିସ ତରଫରୁ 62 ତମ ସହିଦ ଦିବସ ପାଳିତ,ଜିଲ୍ଲା ପୋଲିସ ତରଫରୁ ସହିଦ୍ ଙ୍କୁ ଦିଆଗଲା ଭକ୍ତିପୂତ ଶ୍ରଦ୍ଧାଂଜଳି l

0 5

ସୁବର୍ଣ୍ଣପୁର ଜିଲ୍ଲାର ରିଜର୍ଭ ପୋଲିସ ପଡିଆ ଠାରେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ତରଫରୁ 62 ତମ ସହିଦ ଦିବସ ପାଳିତ ହୋଇଯାଇଛି ।ଦେଶର ପୋଲିସ ବିଭାଗ ସବୁବେଳେ ଦେଶର ଆଇନ ଶୃଙ୍ଖଳା କୁ ରକ୍ଷା ସହିତ ଦେଶର ଶତ୍ରୁ ଙ୍କୁ ନିପାତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଓ କର୍ତ୍ତବ୍ୟ ତୁଲାଇ ସହିଦ ହୋଇଥିବା କର୍ମଚାରୀ ଙ୍କୁ ସମ୍ମାନ ସୂଚକ ଏ ଦିବସକୁ ପ୍ରତିବର୍ଷ ସହିଦ ଦିବସ ଭାବରେ ପୋଲିସ ପକ୍ଷରୁ ପାଳନ କରାଯାଏ । ଏହି କାର୍ଯ୍ୟକ୍ରମ ରେ ସାରା ଦେଶର ଅର୍ଦ୍ଧ ସାମରିକ ବଳ ତଥା ପୋଲିସ ମାନଙ୍କର ଉଦ୍ଦେଶ୍ୟରେ ଅମର ବଳିଦାନ କୁ ମନେ ପକେଇ ସୃତିଚାରଣ ସହିତ ଓଡ଼ିଆ ପୋଲିସର covid ସହିଦ୍ ଯୋଦ୍ଧା ଙ୍କୁ ସହିଦ୍ ସ୍ତମ୍ଭ ଠାରେ ସମ୍ମାନ ସୂଚକ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଛି । ଏହି କାର୍ଯକ୍ରମ ରେ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲାପାଳ ଅବୋଳି ସୁନିଲ ନରବନେ , ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ ତଥା ଜିଲ୍ଲାର ଅନ୍ୟାନ୍ୟ ପୋଲିସ କର୍ମଚାରୀ , ସହିଦ୍ ଙ୍କ ପରିବାର ଓ ଜିଲ୍ଲା ପୋଲିସ ର ଅନ୍ୟାନ୍ୟ ଅତିଥି ବୃନ୍ଦ ଉପସ୍ଥିତ ଥିଲେ । ଆରକ୍ଷୀ ନିରୀକ୍ଷକ ଅମରେନ୍ଦ୍ର ପାଣିଗ୍ରାହୀ ମିଳିତପ୍ୟାରେଡ୍ ର ନେତୃତ୍ୱ ନେଇଥିଲେ

ସୁବର୍ଣ୍ଣପୁର ଇପିଏରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.