ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

0 3

ବୌଦ୍ଧ ଜ଼ିଲ୍ଲା ପାଇଁ ପ୍ରଥମ ପର୍ଯ୍ୟାୟ ରେ 10 ଗୋଟି 5 T ସ୍କୁଲ ମିଳିଥିଲା l ଯାହାକି ଧାର୍ଯ୍ୟ ସମୟ ଭିତରେ ସମ୍ପୂର୍ଣ୍ଣ ହୋଇ ଥିବାରୁ ତା.14.11.2021 (ରବିବାର ) ଦିନ ତାର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ l ରାଜ୍ୟ ସରକାର ପରବର୍ତ୍ତୀ ପର୍ଯ୍ୟାୟ ରେ 32 ଗୋଟି ସ୍କୁଲ କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି l ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏହି ଉଦ୍ଘାଟନୀ ଉତ୍ସବ କୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ପ୍ରକଳ୍ପ ନିର୍ଦେଶକ , ଜ଼ିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ଥା ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ମେହେର ଙ୍କ ଅଧ୍ୟକ୍ଷ୍ୟତl ରେ ଏକ ପ୍ରସ୍ତୁତି ବୈଠକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶ୍ରେଣୀ କକ୍ଷ ରେ ଅନୁଷ୍ଠିତ ହୋଇ ସମସ୍ତ ଅଧିକାରୀ ଙ୍କୁ ଦାୟିତ୍ୱ ଦିଆଯାଇଛି l ଏହି ବୈଠକ ରେ ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରା, ଜ଼ିଲ୍ଲା ଶିକ୍ଷା ଅଧିକାରୀ ଉଦୟ ମାଝୀ, ଜ଼ିଲ୍ଲାସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ତହସିଲଦାର ଅବିନାଶ ପାଣ୍ଡିଆ, ବି. ଡ଼ି. ଓ, ବୌଦ୍ଧ ଦେବି ପ୍ରସାଦ ଦାଶ, ବି. ଡ଼ି. ଓ., ହରଭଙ୍ଗା, ସ୍ମିତା ରଥ, ଉପଜିଲ୍ଲାପାଳ ସନତ ନାୟକ, ବିଜ୍ଞପିତ ଅଞ୍ଚଳ ପରିଷଦ ର ନିର୍ବାହୀ ଅଧିକାରୀ ମନୋରଞ୍ଜନ ପଣ୍ଡା, ଏ ପି ଡି ( ସ୍କିମ ) ସନ୍ଧ୍ୟାରାଣୀ ମହାପାତ୍ର, ଏ ପି ଡି ( ଟ୍ରେନିଂ ) ଅମ୍ରିତା ପ୍ରିୟଦର୍ଶିନୀ ପଣ୍ଡା, ଜିଲ୍ଲା ପରିଷଦ ପି ଏ ଅମୁଲ୍ୟ ନାଥ ପାଢ଼ୀ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି

Leave A Reply

Your email address will not be published.