ଜିଲ୍ଲା ପ୍ରଶାସନ ର ବାହାଘର ବେଳେ ବାଇଗଣ ରୁଆ

0 19

ସୁବର୍ଣ୍ଣପୁର : କିଛି ଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ବେଶ ମନ୍ଥର ଗତି ରେ ଚାଲୁଥିବା ଦେଖା ଯାଉଛି l ପ୍ରଶାସନ ଅନେକ ସରକାରୀ କାର୍ଯ୍ୟକ୍ରମ କୁ ଶୀଘ୍ର କରିବାର ନିଷ୍ପତି ନେଇ ବେଳେ ବେଳେ ଜିଲ୍ଲା ର ବୁଦ୍ଧିଜୀବୀ,ଜନ ସାଧାରଣ ଓ ସାମ୍ବାଦିକ ମାନଙ୍କୁ ସୂଚନା ନ ଦେଇ କାର୍ଯ୍ୟକ୍ରମ ସାରି ଦେଉଥିବା ବେଳେ କେତେବେଳେ ହଡ଼ବଡାଇ ଯାଇ କାର୍ଯ୍ୟକ୍ରମ ର କିଛି ଘଣ୍ଟା ଆଗରୁ ସୂଚନା ଦିଆ ଯାଉଛି l ଏପରିକି ଅନେକ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ନିଜେ ପୁରୋଧା ଥାଇ ମଧ୍ୟ କାର୍ଯ୍ୟକ୍ରମ ଗୁଡିକୁ ଜିଲ୍ଲା ପ୍ରଶାସନ ନିଜ ନିଜ ଭିତରେ ଚଲାଇନେବା ସୋନପୁର ର ଜନସାଧାରଣ ଙ୍କ ମନରେ ବେଶ ସନ୍ଧେହ ସୃଷ୍ଟି କରୁଛି l

ତେବେ ଜିଲ୍ଲା ରେ ହେଉ ଥିବା କାର୍ଯ୍ୟକ୍ରମ ଗୁଡିକ କାହାପାଇଁ ହେଉଛି ଓ ଯଦି ଜନସାଧାରଣ ଙ୍କ ପାଇଁ ଉଦ୍ଧିଷ୍ଟ ତେବେ ଉକ୍ତ ସଭା କିମ୍ବା କାର୍ଯ୍ୟକ୍ରମ ରେ କାହାକୁ ଡକା ନ ଯିବା ଜିଲ୍ଲା ପ୍ରଶାସନ ର ସାଲାସୁତୁରା ପଣିଆ କୁ ବେଶ ପଦା ରେ ପକାଇ ଦେଉଥିବା ବେଶ ଚର୍ଚ୍ଚା ହେଉଛି l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.