ଜିଲ୍ଲା ଯୋଜନା ବୋର୍ଡ଼ ଦ୍ଵାରା DRDAରେ ସମୀକ୍ଷା ବୈଠକ

0 6

ଭଦ୍ରକ : ଆଜି ଜିଲ୍ଲା ଯୋଜନା ବୋର୍ଡ଼ ଦ୍ଵାରା ଭଦ୍ରକ DRDA ରେ ଏକ ସମୀକ୍ଷା ବୈଠକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ Dr ବ୍ୟମୋକେଶ ରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା, ଉକ୍ତ ବୈଠକରେ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ଶ୍ରୀଯୁକ୍ତ ସଞ୍ଜୀବ କୁମାର ମଲ୍ଲିକ, ଜିଲ୍ଲାପରିଷଦ ସଭାପତି ଦିଜ୍ଵବର ରାଉତ ଏବଂ ଜିଲ୍ଲାର ସମସ୍ତ ଅଧିକାରୀ ମାନେ ଯୋଗ ଦେଇଥିଲେ। ଆଜିର ବୈଠକରେ ମୋଟ ୧୯୮୦.୨୨ କୋଟି ଟଙ୍କାର ବ୍ଯଯଅଟକଳ ଗୃହିତ ହୋଇଅଛି ଏବଂ ଏହି ପ୍ରସ୍ତାବ ଗୁଡିକ ଗୃହୀତ ହୋଇଅଛି।

୧. ଭଦ୍ରକ ଜିଲ୍ଲାରେ ବିଜୁଳିରୁ ବଞ୍ଚିତ ହୋଇଥିବା ସମସ୍ତ ଘର କୁ ବିଜୁଳି ସଂଯୋଗୀକରଣ କରିବା ପାଇଁ ନିଷ୍ପତ୍ତି ନିଆଗଲା । ୨. ସମସ୍ତ ବ୍ଲକ ଅଧୀନରେ ଥିବା ମାଟି ରାସ୍ତାକୁ MGNREGS ଦ୍ଵାରା କଂକ୍ରିଟ, ମେଟାଲ ,ମୋରମ ରେ ରୂପାନ୍ତରିତ କରିବାକୁ ନିଷ୍ପତ୍ତି ନିଆଗଲା ।
୩. ଜିଲ୍ଲାର ସମସ୍ତ ସମବାୟ ସମିତିରେ ନିଜସ୍ଵ ଗୋଦାମ ଘର ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଗଲା।
୪. କୃଷି, ମସ୍ୟ, ପଶୁସମ୍ପଦ, ବିଭାଗର ଅଧିକାରୀ ମାନେ ପ୍ରତି ପଞ୍ଚାୟତ ଗସ୍ତ କରି ସାଧାରଣ ଲୋକ ମାନଙ୍କୁ ନେଇ ବୈଠକ କରି କିପରି ସରକାରୀ ଯୋଜନାରେ ଅଧିକରୁ ଅଧିକ ଲୋକ ମାନେ ଯୋଡ଼ିହେବେ ଏବଂ ଯୋଜନାର ଲାଭ ନେଇ ପାରିବେ ସେଥିପାଇଁ କାର୍ଯ୍ୟ କରିବାକୁ ନିଷ୍ପତ୍ତି ହେଲା।
୫. ସ୍ବାସ୍ଥ୍ୟ ବିଭାଗର ଜ଼ିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯଥାଶୀଘ୍ର ସେମାନଙ୍କ ନିକଟରେ ଥବା ୧୨ଗୋଟି ଭେଣ୍ଟିଲେଟର କୁ କାର୍ଯ୍ୟକ୍ଷମ କରିବେ ଏବଂ କୋଭିଡ 19 ପାଇଁ ଭିତ୍ତିଭୂମିର ଆବଶ୍ୟକତା ଆକଳନ କରି ଯୋଜନା ପ୍ରସ୍ତୁତ କରି ତୁରନ୍ତ ପଦକ୍ଷେପ ନେବେ, ବନ୍ଦ ହୋଇ ରହିଥିବା ଟ୍ରାମା କେନ୍ଦ୍ରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବେ |
୬. ଗ୍ରାମୀଣ ଆବାସ ଯୋଜନା ରେ ଅନ୍ତର୍ଭୁକ୍ତ ହୋଇପାରି ନଥିବା ହିତାଧିକାରୀ ମାନଙ୍କୁ ତୁରନ୍ତ ଚିହ୍ନଟ କରି ତୁରନ୍ତ ସେମାନଙ୍କୁ ଘର ଯୋଗାଇ ଦେବାକୁ ମଧ୍ୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
୭. ସାଇକ୍ଲୋନ ଅଞ୍ଚଳରେ ସମସ୍ତ ମାଟି ଘରକୁ ପକା ଘର କରିବାକୁ ନିଷ୍ପତ୍ତି ନିଆହୋଇ ଅଛି।
୮. ଜିଲ୍ଲାର ସମସ୍ତ RD ରାସ୍ତା କୁ ତୁରନ୍ତ ଯୁଧ୍ୟକାଳୀନ ଭିତ୍ତିରେ ମରାମତି କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦଆଯାଇଛି।
୯. ଜିଲ୍ଲାରେ ଥିବା ଶିଳ୍ପ ଗୁଡ଼ିକର କିଭଳି ଉନ୍ନତି ହେବ ଏବଂ ଜ଼ିଲ୍ଲାରେ ଅଧିକ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହୋଇ ପାରିବ ସେଥି ପାଇଁ ଯୋଜନା ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ହେଲା।
୧୦. ଭଦ୍ରକ ଜ଼ିଲ୍ଲାରେ ଆଗାମୀ ୨୦ ବର୍ଷ ପାଇଁ ଏକ vision ନେଇ କାମ କରିବାକୁ ଯୋଜନା ପ୍ରସ୍ତୁତ କରିବା ପାଇଁ ଜ଼ିଲ୍ଲାର ସମସ୍ତ ଅଧିକାରୀ ମାନଙ୍କୁ ଉପଦେଶ ଦିଆଗଲା .

ଭଦ୍ରକ ଇପିଏ ରୁ ଲିପିକା ରାଉତଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.