ଜିଲ୍ଲା ରେ ଟ୍ରାଫିକ ନିୟମ କଡା କଡ଼ି ପାଳନ କରାଯିବ,, ବୌଦ୍ଧ ଜିଲ୍ଲାପାଳ

0 5

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସଡକ ସୁରକ୍ଷା ସମିତି ବୈଠକ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଛି । ଜିଲ୍ଲାରେ ଦିନକୁଦିନ ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣା ଆଉ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କେବଳ ପ୍ରଶାସନ ପାଇଁ କାହିଁକି ଜିଲ୍ଲାବାସୀଙ୍କ ପାଇଁ ମଧ୍ୟ ଏକ ଚିନ୍ତାର ବିଷୟ ପାଲଟିଛି । ଏହା ସହିତ ଜିଲ୍ଲାରେ ରହିଥିବା ଦୁର୍ଘଟଣା ପ୍ରବଣ ଅଚଂଳକୁ ଚିହ୍ନଟ କରିବାରେ ବିଫଳ ହୋଇଛି ବିଭାଗ । ନିଶାସେବନ କରି ଗାଡ଼ି ଚାଳନା, ମୋବାଇଲ ଫୋନ ବ୍ୟବହାର କରିବା, ହେଲମେଟ ଓ ସିଟବେଲ୍ଟ ନ ପିନ୍ଧିବା ଏବଂ ଟ୍ରାଫିକ ନିୟମ ନ ମାନିବା ଦୁର୍ଘଟଣାର ପ୍ରମୁଖ କାରଣ । ଏସବୁ ଅଣଦେଖା କରାଯାଉଥିବାରୁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା l
ଅନ୍ୟପଟେ ଜିଲ୍ଲାରେ ଦୁର୍ଘଟଣା ମାମଲା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କୁ କମାଇବା ପାଇଁ ଏଣିକି ଟ୍ରାଫିକ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର । ଟ୍ରାଫିକ୍ ନିୟମ ଉଲଂଘନକାରୀଙ୍କୁ ଧରାଯାଇ ୫ ହଜାର ଟଙ୍କା ଲେଖାଏଁ ତଣ୍ଡ ଆଦାୟ କରିବାକୁ ଜିଲାପାଳ ଆଚଂଳିକ ପରିବହନ ବିଭାଗ ଓ ଜିଲା ପୋଲିସକୁ ମଧ୍ୟ ନିର୍ଦ୍ଧେଶ ଦିଆଯାଇଥିବା ଜଣାପଡିଛି । ବୌଦ୍ଧ ସହରର ଏନଏସି ଛକଠାରେ ସ୍ଥାପିତ ନୂତନ ଟ୍ରାଫିକ ସିଗନାଲକୁ ସକାଳ ୯ ଟା ଠାରୁ ରାତ୍ରି ୯ ଟା ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବା, ଜାତୀୟ ରାଜପଥରେ ସମସ୍ତ ଦୁର୍ଘଟଣାସ୍ଥଳକୁ ଚିହ୍ନଟ କରାଯାଇ ଗତି କମାଇବାକୁ ଗାଡିଚାଳକ ମାନଙ୍କ ପାଇଁ ସୂଚନା ଫଳକ ଲଗାଇବା ଓ ବିପଦଜନକ ସ୍ଥାନରେ ରମ୍ବଲର ନିର୍ମାଣ କରାଇବା, ବୌଦ୍ଧ ଏନଏସି ଛକ, ମହାନଦୀ ବ୍ରିଜ ଛକ ଓ ଜାମୁଛକଠାରେ ସିସିଟିଭି କ୍ୟାମେରା ଲଗାଇବା ଓ ଗୃହରକ୍ଷୀ ମାନଙ୍କୁ ଟ୍ରାଫିକ୍ ପରିଚାଳନା ସଂପର୍କରେ ତାଲିମ ପ୍ରଦାନ କରିବାକୁ ଅନୁଷ୍ଠିତ ସଡକ ସୁରକ୍ଷା ସମିତି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିବା ଜଣାପଡିଛି ।
ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଚିକିତ୍ସାଳୟ ପର୍ଯ୍ୟନ୍ତ ପହଚାଂଇବା ବ୍ୟକ୍ତି ବିଶେଷଙ୍କୁ ୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ ପାଇଁ ସରକାର ଘୋଷଣା କରିଥିବାବେଳେ ଏହାର ପ୍ରଚାର ପ୍ରସାର ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତି, ଅତିରିକ୍ତ ଜିଲାପାଳ ଅଶ୍ୱନୀ କୁମାର ମେହେର, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶିକା ବବିତା ରାଣୀ ଦଳବେହେରା, ଜୁନିୟର ଏମଭିଆଇ ପ୍ରମୋଦ କୁମାର ସିଂହ, ପୁର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଶାନ୍ତନୁ କୁମାର ନାଏକ, ବୌଦ୍ଧ ଏନଏସି ନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡା, ବୌଦ୍ଧ କଲେଜ ଏନସିସି ଅଧିକାରୀ ପ୍ରାଧ୍ୟାପକ ଡଃ. ମହେନ୍ଦ୍ର ନାଥ ଦେବତା, ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂ, ସଡକ ସୁରକ୍ଷା କମିଟି ସଦସ୍ୟ ଶଶାଙ୍କ ଶେଖର ମିଶ୍ରଙ୍କ ସମେତ ଜାତୀୟ ରାଜପଥ ଓ ଆଚଂଳିକ ପରିବହନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିବା ନେଇ ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି ।
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.