ଜିଲ୍ଲା ସ୍ତରୀୟ ଧାନ କିଣା କମିଟି ବୈଠକ
ଆସନ୍ତା ନଭେମ୍ବର ୨୫ ତାରିଖରୁ ବରଗଡ଼ ଜିଲ୍ଲାରେ ଚଳିତ ଖରିଫ୍ ଋତୁର ଧାନ କିଣାଯିବ l ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ବୈଠକ ରେ ନିଷ୍ପତ୍ତି ନିଆଯାଇଛି l ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୫୮ ଟି ପ୍ୟାକ୍ସ ଏବଂ ୨୭ ଟି ସ୍ଵଂୟସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ କିଣା ଯିବ l ବୈଧ ଟୋକନ୍ ଧରି ଆସିଥିବା ଚାଷୀଙ୍କ ଏଫ୍ ଏକ୍ୟୁ ମାନର ଧାନକୁ ମାର୍କେଟ ୟାଡରେ ଗ୍ରହଣ କରାଯିବ l ପ୍ରଥମେ ଆଣିଥିବା ଚାଷୀଙ୍କ ଧାନ ପ୍ରଥମେ କିଣା ଯିବ l ସପ୍ତାହରେ ୬ ଦିନ ଧରି ଧାନ କିଣା ଯିବ ଏବଂ ଗୋଟିଏ ଦିନ ବନ୍ଦ ରହିବ l ଜିଲ୍ଲାରେ ୨୦୭ ଟି ଅସ୍ଥାୟୀ କେନ୍ଦ୍ରରେ ଧାନ କିଣା ଯିବା ବ୍ୟବସ୍ଥା କରାଯାଇଛି l
ଏବର୍ଷ ପ୍ରଶାସନ ପକ୍ଷରୁ ମଣ୍ଡି ହ୍ୟଣ୍ଡଲିଁ ବ୍ୟବସ୍ଥା ମିଲର୍ଷ ଙ୍କ ଉପରେ ନ୍ୟସ୍ତ କରାଯାଇଥିବା ସୁଚନା ଦିଆଯାଇଥିଲା l ପ୍ରତିବର୍ଷ ମଣ୍ଡି ହ୍ୟାଣ୍ଡଲିଁ କୁ ନେଇ ଯୋଗାଣ ଓ ମିଲର୍ଷ ଙ୍କ ମଧ୍ୟରେ ଛକାପଞ୍ଜା ଲାଗି ରହୁଥିଲା l ତେଣୁ ଏ ବର୍ଷ ମିଲର୍ଷ ମାନଙ୍କୁ ମଣ୍ଡି ହ୍ୟାଣ୍ଡଲିଂ ବ୍ୟବସ୍ଥା ଦିଆଯିବl ସହ ଧାନ ଆଣିବା ପାଇଁ ଓ ରଖିବା ପାଇଁଁ ଅଖା ବସ୍ତା ସବୁ ମିଲର୍ଷ ମାନେ ଚାଷୀ ମାନଙ୍କୁ ଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ତେଣୁ ଏହି ଜଟିଳ ବ୍ୟବସ୍ଥା କେତେଦୂର ଠିକ୍ ଚାଲିବ ଏବଂ ମିଲର୍ଷ ମାନେ କେତେଦୂର ସ୍ବଚ୍ଛତାର ସହିତ ଚାଷୀଙ୍କୁ ଆଖାବସ୍ତା ଦେବେ ତାହା ଧାନ କିଣା ବେଳେ ଦିଆଯିବ ବୋଲି ଆଲୋଚନା ଆରମ୍ଭ ହୋଇ ଗଲାଣି l ଅଖାବସ୍ତା ବାବଦକୁ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା କୁ ନେଇ ସୁଚନା ଅଧିକାର ଆଇନ୍ ବଳରେ ଜଣାପଡ଼ିଛି l ନଭେମ୍ବର ୨୫ ତାରିଖରେ ଅତାବିରା ଓ ଭେଡେନ ବ୍ଲକ ରେ ମଣ୍ଡି ଖୋଲିବ l ସେହିପରି ନଭେମ୍ବର ୨୮ ରୁ ବରଗଡ଼ ବ୍ଲକରେ ଏବଂ ଡିସେମ୍ବର ୧୧ ତାରିଖରୁ ଅନ୍ୟ ବ୍ଲକ ରେ ଧାନ କିଣା ଆରମ୍ଭ ହୋଇ ମାର୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ l ଜିଲାରେ ୧ ଲକ୍ଷ୍ୟ ୩୬ ହଜାର ୬୧୪ ଜଣ ଚାଷୀ ଧାନବିକ୍ରି ପାଇଁ ପଞ୍ଜିକୃତ କରିଛନ୍ତି l ଜିଲ୍ଲାରେ ଅବ୍ୟାବଧୀ ଧାନ ଅମଳ ହୋଇନାହିଁ l ତେବେ ଜିଲ୍ଲା ଉପଖଣ୍ଡ ରେ ଧାନ ଫସଲ ଭଲ ହୋଇଥିବା ବେଳେ ପଦମପୁର ଉପଖଣ୍ଡ ରେ ମରୁଡ଼ି ପରିସ୍ଥିତି ଦେଖାଦେଇଛି l ତେଣୁ ଚଳିତ ଖରିଫ୍ ଧାନ କିପରି କିଣା ବିକା ହେଵ ଦ୍ୱନ୍ଦ ରେ ଚାଷୀ l ଏହି ବୈଠକରେ ବରଗଡ଼ ବିଧାୟକ ଦେବେଶ ଅାଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଜେପୁର ବିଧାୟିକା ରିତା ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l
ବରଗଡ ଇପିଏ ରୁ ସୁବାଷ ଦୋରାଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )