ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ବୃଦ୍ଧାଶ୍ରମ ଅନ୍ତେବାସୀ ଙ୍କୁ ମିଷ୍ଟାନ୍ନ ବଣ୍ଟନ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ସହର ରେ ଥିବା ବୃଦ୍ଧାଶ୍ରମ ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଛି l ଏ ଡି ପି ଏଚ ଓ (ପରିବାର କଲ୍ୟାଣ ) ଡା. ତ୍ରିବିକ୍ରମ ପାଣ୍ଡିଆ ଡା. ବି. ମାଝୀ, ଆକୃର ବାବୁ, ଓ ଷ୍ଟାଫ ନାରାୟଣ ରଥ ( ପିଣ୍ଟୁ ) ଙ୍କ ନେତୃତ୍ୱ ରେ ବୃଦ୍ଧାଶ୍ରମ କୁ ଯାଇ ସମସ୍ତ ଅନ୍ତେବାସୀ ମାନଙ୍କୁ ସେମାନଙ୍କ ସମସ୍ତ ଭଲ ମନ୍ଦ ପଚାରି ବୁଝି ଥିଲେ l ଏହି ଅବସରରେ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ l ଏମାନଂକୁ ଦେଖି ଅନ୍ତେବାସୀ ମାନେ ଭାବବିହ୍ଵଳ ହୋଇ ପଡ଼ିଥିଲେ l ମଝିରେ ମଝିରେ ବୃଦ୍ଧାଶ୍ରମ କୁ ଯାଇ ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକ ଜିନିଷ ପତ୍ର ପ୍ରଦାନ କରିଥାନ୍ତି l ଜଣେ ଅନ୍ତେବାସୀ ଖୁସିରେ ପିଣ୍ଟୁ ବାବୁ ଙ୍କୁ ଆଲିଙ୍ଗନ କରିପକାଇଥିବା ଦେଖି ବାକୁ ମିଳିଥିଲା l
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )