ଜେଠୁପାଲି ରୁ ଦୁଇଜଣ ମହିଳା ଙ୍କ ଠାରୁ ଆଠ କିଲୋ ଓଜନର ଗଞ୍ଜେଇ ଜବତ ସହ ଦୁଇ ମହିଳା ଗିରଫ

0 17

ନୂଆପଡା:-ନୂଆପଡା ଜିଲ୍ଲା ଅନ୍ତର୍ଗତ କୋମନା ଥାନା ଅଞ୍ଚଳ ରେ ଯାଉଥିବା ଜେଠୁପାଲି ଗ୍ରାମ ଠାରେ ଦୁଇଜଣ ମହିଳା ଛତିଶଗଡ ଯିବା ପାଇଁ ବସ୍ କୁ ଅପେକ୍ଷା କରିଥିବା ସମୟରେ ନୂଆପଡ଼ା ର ସୁପରିଷ୍ଟେଣ୍ଡେନ ଅଫ ଏକସାଇଜ ଶ୍ରୀମାନ ସିଦ୍ଧେଶ୍ୱର ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଖରିଆର ଅବକାରୀ ଇନସ୍ପେଟର ଡମ୍ୱରୁ ହରପାଲ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଅଜଣା ଦୁଇ ମହିଳା କୁ ଦେଖି ସନ୍ଦେହ ଘନିଭୂତ ହୋଇଥିଲା l ସେ ମାନଙ୍କୁ ପଚରାଉଚରା କରିବାରୁ ସେମାନେ ପ୍ରଥମେ ଡରି ଯାଇଥିଲେ, ସେମାନଙ୍କ ବ୍ୟାଗ କୁ ସଙ୍ଗେ ସଙ୍ଗେ ଯାଞ୍ଚ କରିବାକ୍ଷଣୀ ସେମାନଙ୍କ ଠାରୁ ଆଠକେଜି ଗଂଜେଇ ଜବତ କରାଯାଇଥିଲା ସେମାନଙ୍କୁ ନୂଆପଡା ଅବକାରୀ ଅଧିକ୍ଷକ ଠାରେ ଉପସ୍ଥିତ କରାଯିବା ପରେ ଡାକ୍ତରୀ ପରୀକ୍ଷା କରାଯିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସ, ଆଇ ଡମ୍ୱରୁଧର ହରପାଲ ସୂଚନା ପ୍ରଦାନ କରିଛନ୍ତି l ଗିରଫ ମହିଳା ଛତିଶଗଡ ରାଜ୍ୟ ର ରାଜନନ୍ଦଗାଁଓ ର ଗଲ ଲାର୍କା,କିରଣ ସାହୁ ବିଲାସପୁର ର ଅଟନ୍ତି l

ନୂଆପଡା ଇପିଏ ରୁ ଡେନିସ ରାୟ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.