ଜୋର ଜବରଦସ୍ତ କରି ଭାଙ୍ଗିଲେ ଘର ଓ କାଟିଦେଲେ ଗଛ

0 8

ଜୋର ଜାର ମୂଳକ ତାର l ଏହି କଥା ଟିକୁ ଯଥାର୍ଥ ରେ ପ୍ରତିଫଳନ କରୁଛି କାମାକ୍ଷାନଗର ଥାନା ବେଢାପାଳ ଗ୍ରାମ ରେ l ଗ୍ରାମର ଉଦୟନାଥ ଜେନା ଜଣେ ଅବସର ପ୍ରାପ୍ତ ଶିକ୍ଷକ l ୩୦ ବର୍ଷ ରୁ ଉର୍ଦ୍ଧ ଦିନ ଧରି ନିଜ ବାପା ଅଜା ଅମଳ ରୁ ନିଜ ରେକର୍ଡ ଦଖଲ ରେ ଥିବା ଜାଗା ରେ ଦୁଇ ବଖରା ଘର ସହ ପ୍ରାୟ ୨୫୦ ରୁ ଉର୍ଦ୍ଧ ଶାଗୁଆନ, ଶିଶୁ, ଆକାଶୀ ଓ ଗମ୍ଭାରୀ ଗଛ ଲଗାଇଥିଲେ l

କିନ୍ତୁ ରାତିରେ ଉଦୟନାଥ ଜେନା ଙ୍କୁ ଗାଁର ଲୋକମାନେ ତାଙ୍କୁ ଗାଁ ସଭା କୁ ଡାକି ତାଙ୍କୁ ସେହି ଜାଗା କୁ ଖେଳପଡିଆ ପାଇଁ ଛାଡି ଦେବାକୁ ଜୋର ଜବରଦସ୍ତ ଦସ୍ତଖତ କରିବା ପାଇଁ କହିଥିଲେ l କିନ୍ତୁ ସେ ରାଜି ନହେବାରୁ ତାଙ୍କ ରେକର୍ଡ ଦଖଲ ରେ ଥିବା ଜାଗା ରେ ଗ୍ରାମ ର କିଛି ଖଳପ୍ରକୃତି ର ଲୋକ ଜେସିବି ସାହାଯ୍ୟ ରେ ତାରବାଡ଼ ଭାଙ୍ଗି ତାଙ୍କ କୂଅ, ଘର ଓ ସମସ୍ତ ଗଛ କୁ ଭାଙ୍ଗିଦେଇଥିଲେ l ଏ ସମ୍ପର୍କ ରେ କାମାକ୍ଷାନଗର ଥାନାରେ ଉଦୟନାଥ ଜେନା ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗ କୁ ଆଧାର କରି କାମାକ୍ଷାନଗର ପୋଲିସ ଅଧିକ ତଦନ୍ତ ଜାରି ରଖିଛି l

କାମାକ୍ଷାନଗର ଇପିଏ ରୁ ରାଜକିଶୋର ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.