ଜୟ ଓଡ଼ିଶା ଓ ରେଜ୍ ଫାଉଣ୍ଡେସନ ଦ୍ଵାରା “ଧନ୍ୟବାଦ କୋରୋନା ଯୋଦ୍ଧା” କାର୍ଯ୍ୟକ୍ରମ ଅନୁଷ୍ଠିତ

0 7

ଭୁବନେଶ୍ୱର : କୋଭିଡର ୨ବର୍ଷ ଧରି ସମସ୍ତେ କୋରୋନାର ମୂଳୋତ୍ପାଟନ ପାଇଁ ଲଢେଇ କରୁଅଛ । ତେବେ ଏହି ଲଢେଇରେ ପ୍ରମୁଖ ଯୋଦ୍ଧା ପାଲଟିଛନ୍ତି ବିଭିନ୍ନ ଟୀକାକରଣ କେନ୍ଦ୍ରରେ ଦିନରାତି କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀ । ଏହି କର୍ମଚାରୀମାନେ ପ୍ରଥମ ଦିନରୁ ନିଜର ଜୀବନକୁ ବାଜି ଲଗାଇ ସହରବାସୀ ଙ୍କ ସ୍ବାସ୍ଥ୍ୟ ପ୍ରତି ଅତ୍ୟନ୍ତ ଯତ୍ନବାନ ହୋଇ କାର୍ଯ୍ୟ କରିଆସୁଛନ୍ତି । ଏଣୁ ଭୁବନେଶ୍ଵରର ବିଭିନ୍ନ ଟୀକାକରଣ କେନ୍ଦ୍ରରେ ଥିବା ଏହି ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ସମ୍ମାନିତ କରି କୃତଜ୍ଞତା ଜଣାଇବା ପାଇଁ ଜୟ ଓଡ଼ିଶା, ରେଜ୍ ଫାଉଣ୍ଡେସନ ସହ ମିଶି ଏକ ଅଭିନବ କାର୍ଯ୍ୟକ୍ରମର ଆୟୋଜନ କରୁଛି । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ୧୨ ନଭେମ୍ବର ଦିନ ଗାଡକଣ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଥିଲା । ଏଠାରେ ଟୀକାକରଣ ରେ ସାମିଲ ଥିବା ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଏକ ଉପହାର ଦେଇ ନିରନ୍ତର ସେବା ପାଇଁ ଧନ୍ୟବାଦ ଜଣାଇବା ସହ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ।

ଭୁବନେଶ୍ୱର-ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଜୋନାଲ ଡେପୁଟି କମିଶନର-ବି. ଏମ୍. ସି., ଶ୍ରୀ ପୁରନ୍ଦର ନନ୍ଦ, ଶ୍ରୀମତୀ ସୂର୍ଯ୍ୟକାନ୍ତି ଜେନା-ପୂର୍ବତନ କର୍ପୋରେଟର, ଶ୍ରୀମତୀ ରୁବିନା ପରିଡ଼ା – ସାଧାରଣ ସମ୍ପାଦକ, ବିଜୁ ମହିଳା ଜନତା ଦଳ, ଭୁବନେଶ୍ୱର ଉପସ୍ଥିତ ରହି ସମସ୍ତ କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବା ସହ ଆଗକୁ ମଧ୍ୟ ଏହି ଭଳି ମିଳିମିଶି କୋରୋନା ସହ ଲଢ଼ିବାକୁ ଉତ୍ସାହିତ କରିଥିଲେ ।

କୋଭିଡ ଭୟରେ ସମସ୍ତେ ଘରେ ରହୁଥିବା ବେଳେ, ଏହି ସ୍ୱାସ୍ଥ୍ୟକର୍ମୀ ମାନେ ସଂକ୍ରମଣ ର ଭୟକୁ ପଛରେ ପକାଇ ଦିନରାତି କାର୍ଯ୍ୟ କରିଆସୁଛନ୍ତି, ତେଣୁ ଏହି କର୍ମୀ ମାନେ ହିଁ ଆଗଧାଡ଼ି ର ଯୋଦ୍ଧା ଅଟନ୍ତି ଓ ସେମାନଙ୍କୁ ସମ୍ମାନ ଜଣାଇବା ଆମ ସମସ୍ତଙ୍କର କର୍ତ୍ତବ୍ୟ ଅଟେ । ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ ରେ ସହର ର ବିଭିନ୍ନ ଅଞ୍ଚଳରେ ଥିବା ଟୀକାକରଣ କେନ୍ଦ୍ରରେ ମଧ୍ୟ ଆୟୋଜିତ ହେବ ବୋଲି ଜୟ ଓଡ଼ିଶା ସଭାପତି ଶ୍ରୀ ରୁଦ୍ର ସାମନ୍ତରାୟ କହିଛନ୍ତି ।

ଭୁବନେଶ୍ୱର ଇପିଏ ରୁ ବିରୁ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.