ଜୟ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ଵର ର ସମସ୍ତ ଅଟୋ ଯାନରେ ଫାଷ୍ଟ-ଏଡ୍ ବକ୍ସ

0 8

ଆମ ରାଜ୍ୟ ରାଜଧାନୀ ର ସମସ୍ତରାସ୍ତାରେ ବହୁ ସଂଖ୍ୟକ ଅଟୋ ଚଳାଚଳ କରୁଛି । ଯେକୌଣସି ଦୁର୍ଘଟଣା ସ୍ଥଳରେ ଅଟୋ ଚାଳକ ହିଁ ପ୍ରଥମେ ପହଞ୍ଚୁ ଥିବାର ଦେଖାଯାଏ । ଏଣୁ ଜୟ ଓଡ଼ିଶା-ଶକ୍ତି ଫାଉଣ୍ଡେସନ ଓ ଶିଫା ହସ୍ପିଟାଲ ମିଶି କଳିଙ୍ଗ ଅନ୍-ଲାଇନ ଅଟୋ ସେବା ଟ୍ରଷ୍ଟ ଓ ମା’ ବରଦେଇ ଅଟୋ ଆସୋସିଏସନ ର ପାଖାପାଖି ୯୦ ଟି ଅଟୋ ରେ ଗୋଟିଏ ଲେଖାଏଁ ଫାଷ୍ଟ-ଏଡ୍ ବକ୍ସ ଲଗାଇବା ବ୍ୟବସ୍ଥାପନା ର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ଅବା ଏହି କାର୍ଯ୍ୟକ୍ରମ ର ଉଦଘାଟିତ ହୋଇଛି । ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ ପୂର୍ବକ ଡଃ. ସମିମ୍ ସଲିମ୍ ଓ ତାଙ୍କ ଟିମ୍, ଚାଳକ ମାନଙ୍କୁ ପ୍ରାଥମିକ ଚିକିତ୍ସା ତାଲିମ ଦେଇଥିଲେ । ବକ୍ସରେ ସ୍ପିରିଟ, ବେଟାଡିନ, ତୁଳା, ବ୍ୟାଣ୍ଡଏଡ ଓ ଗଜ୍ କପଡା ରହିଛି ଓ ଆବଶ୍ୟକକ୍ରମେ ବିଭିନ୍ନ ସମୟରେ, ଜୟ ଓଡ଼ିଶା ର ସଦସ୍ୟ ମାନେ ଔଷଧ ସାମଗ୍ରୀର ପୁନଃଭରଣ କରିବେ । ଏହି କାର୍ଯ୍ୟକ୍ରମଟି, ନୀଳକଣ୍ଠ କଲେଜ ଲାଇବ୍ରେରୀ ଆଣ୍ଡ ଇନ୍ଫର୍ମେସନ ସାଇନ୍ସ ଠାରେ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଓଡ଼ିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ ଓ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ବିଧାୟକ ସୁଶାନ୍ତ ରାଉତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିବା ପୂର୍ଵକ ପତାକା ଦେଖାଇ ଅଟୋ-ଚାଳକ ଭାଇ ମାନଙ୍କୁ ସମାଜ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ପ୍ରୋତ୍ସାହନା ଦେଇଥିଲେ । ସମାଜସେବୀ ଉମାନାଥ ମିଶ୍ର, ପ୍ରସନ୍ନ ସାହୁ, ନରେ୍ନ ସାହୁ, ସମୀର ପ୍ରଧାନ, ସଞ୍ଜୟ ସେଠୀ, ଚିତ୍ତରଞ୍ଜନ ଦାସ, ରାଜେଶ ଧଳସାମନ୍ତରାୟ ଓ ବିକାଶ ପରିଡ଼ା ତଥା ଅନ୍ୟାନ୍ୟ ଅତିଥି ଙ୍କ ସହାୟତା ଓ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମର ସୂଚାରୁ ରୂପେ ସମ୍ପାଦନା ହୋଇଥିଲା ।
ସମାଜସେବା କୁ ଏକମାତ୍ର ଲକ୍ଷ୍ୟରୁପେ ଗ୍ରହଣ କରି ରୁଦ୍ର ନାରାୟଣ ସାମନ୍ତରାୟ କହିଛନ୍ତି, ” ଦୁର୍ଘଟଣା ପରବର୍ତ୍ତୀ ଗୋଲ୍ଡେନ୍ ଆୱାର ମଧ୍ୟରେ ଆକ୍ରାନ୍ତଙ୍କୁ କିଛି ଚିକିତ୍ସା ମିଳିପାରିଲେ ଅନେକ ଜୀବନ ରକ୍ଷା ହୋଇପାରିବ । ତେଣୁ ଅଟୋ ଗୁଡ଼ିକ ରେ ଫାଷ୍ଟ-ଏଡ୍ ବକ୍ସ ଟିଏ ରହିଲେ ତାହା ଅନେକ ଜୀବନ ବଞ୍ଚାଇପାରିବ । ଏହି ଫାଷ୍ଟ-ଏଡ଼ ବକ୍ସ ଟି ବିଭିନ୍ନ ସମୟରେ ଆମ ସଦସ୍ୟ ଙ୍କ ଦ୍ଵାରା ପୁନଃଭରଣ କରାଯିବ ଓ ଆଗାମୀ ଦିନରେ ଜୟ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ଅନ୍ୟ ସମସ୍ତ ଅଟୋ ଆସୋସିଏସନ୍ ଓ ହସ୍ପିଟାଲ ମାନଙ୍କ ସହ ମିଶି ଭୁବନେଶ୍ଵରର ପ୍ରାୟ ୧୦୦୦ ଅଟୋ ରେ ଫାଷ୍ଟ-ଏଡ ବକ୍ସ ଲଗାଇବାର ଲକ୍ଷ୍ୟ ରଖିଛୁ ।”

ଭୁବନେଶ୍ୱର ଇପିଏ ରୁ ବିରୁ ସାହୁଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.