ଝଡ଼ବର୍ଷା ଓ ବାତ୍ୟା ଗୁଲାଵ ପାଇଁ ଜିଲ୍ଲାପ୍ରଶାସନର ଥଇଥାନ ଜାରୀ !

0 3

ଜିଲ୍ଲାରେ ସର୍ବମୋଟ ୬୫୨୬ଜଣଙ୍କୁ ନିରାପଦ ସ୍ଥଳ କୁ ସ୍ଥାନାନ୍ତର

ସମୁଦାୟ ୩୩୩ ଗର୍ଭବତୀ ମହିଳାମାନଙ୍କୁ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର କୁ ସ୍ଥାନାନ୍ତର

ଗଞ୍ଜାମ ଜିଲ୍ଲାରେ ମାଧ୍ୟମ ଧରଣର ବର୍ଷା ଓ ରବିବାର ରାତି ୮ ଘଣ୍ଟା ବେଳକୁ ପବନର ବେଗ ଘଣ୍ଟା କୁ ୫୦ରୁ ୬୦ କିମି ଥିଲା । ଝଡ଼ବର୍ଷା ଲାଗିରହିଛି । ରାଜପଥରେ ସ୍ଥାନେ ସ୍ଥାନେ ବଡ଼ ବଡ଼ ଗଛପଡ଼ି ରାସ୍ତା ଅବରୋଧ ହୋଇ ରହିଥିବା ଜଣାଯାଇଛି । ସାମୁଦ୍ରିକବାତ୍ୟା ଗୁଲାଵ ଜନିତ ଜନଜୀବନ ସୁରକ୍ଷା ନିମନ୍ତେ ଜିଲ୍ଲାପ୍ରଶାସନ ର ଅହରହ ପ୍ରଚେଷ୍ଟା ଜାରୀ ରହିଛି । ଜିଲ୍ଲାରେ ନଦୀ ଓ ସମୁଦ୍ର କୂଳିଆ,ଉପକୂଳ/ତଟବର୍ତ୍ତୀଅଞ୍ଚଳ ରହୁଥିବା ଜନବସ୍ତି, କଚ୍ଚାଘର ମାନଙ୍କରେ ରହୁଥିବା ଗରୀବ ଲୋକମାନଙ୍କୁ ନିରାପଦ ସ୍ଥଳ କୁ ଥଇଥାନ ଜାରୀ ରହିଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଜିଲ୍ଲାରେ ଯେପରି ଜିରୋ କାଜୁଆଲିଟି ରହିବ ସେଥିନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥାପନା କରାଯାଉଛି ।

ଏପର୍ଯ୍ୟନ୍ତ ଗ୍ରାମାଞ୍ଚଳରେ ୯୪୧ଗୋଟି ଏବଂ ସହରାଞ୍ଚଳରେ ୩୦ ଗୋଟି ବାତ୍ୟା ଆଶ୍ରୟ ସ୍ଥଳ ଚିହ୍ନଟ କରାଯାଇ ତହିଁରେ ଲୋକଙ୍କୁ ଥଇଥାନ କରାଯାଉଅଛି । ୬୫ଗ୍ରାମପଞ୍ଚାୟତର ୧୦୧ ଗୋଟି ଗ୍ରାମର ୫୦୧୮ ଜଣଙ୍କୁ ଏବଂ ସହରାଞ୍ଚଳର ୨୦ ଟି ଓ୍ବାର୍ଡର ୧୫୦୮ ଜଣଙ୍କୁ ଉକ୍ତ ଆଶ୍ରୟ ସ୍ଥଳ ମାନଙ୍କରେ ଥଇଥାନ କରାଯାଇଅଛି ।ସର୍ବୋପରି ସମୁଦାୟ ୩୩୩ ଜଣ ଗର୍ଭବତୀ ମହିଳା ମାନଙ୍କୁ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କରେ ତଥା ସୁରକ୍ଷିତ ସ୍ଥାନରେ ସ୍ଥାନାନ୍ତରୀତ କରାଯାଇ ସେମାନଙ୍କର ଚିକିତ୍ସା ଓ ଯଥାବିଧି ଯତ୍ନ ନିଆଯାଉଛି । ସମସ୍ତ ବାତ୍ୟାଶ୍ରୟ ସ୍ଥଳ ଏବଂ ନିରାପଦ ସ୍ଥାନ ଗୁଡିକରେ ଚିକିତ୍ସା ନିମନ୍ତେ ଡାକ୍ତରୀଟିମ୍ ଏବଂ ରନ୍ଧାଖାଦ୍ୟ ଯୋଗାଇବାର ବ୍ୟବସ୍ଥା କରାଯାଇଅଛି ବୋଲି ସରକାରୀ ସୂତ୍ରରୁ ଜଣାଯାଇଛି । ଫାୟାରବ୍ରିଗେଡ଼ିଅର ଅବା ଦମକଳ ବାହିନୀ,ଓଡ୍ରାଫଟିମ୍,ପୋଲିସ, ଅଙ୍ଗନାବାଡ଼ି,ଆଶାଦିଦି, ସ୍ୱାସ୍ଥ୍ୟବିଭାଗ, ଜିଲ୍ଲାପ୍ରଶାସନ ସାମୂହିକ ଭାବେ ଥଇଥାନ କାର୍ଯ୍ୟରେ ନିୟୋଜିତ ଥିବା ଦେଖିବାକୁ ମିଳିଛି । ଗଞ୍ଜାମଜିଲ୍ଲାପାଳ ପ୍ରମୁଖ ସମୁଦ୍ରକୂଳ ଜନବସତି ବୁଲି ପ୍ରତ୍ୟକ୍ଷ ତଦାରଖ କରୁଛନ୍ତି ।

ବ୍ରହ୍ମପୁର ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.