ଝରନି ଗାଁ ରେ ବିଜେପି ର ହାଇ ପ୍ରୋଫାଇଲ ଟିମ

0 11

ବହୁ ଚର୍ଚ୍ଚିତ କଳାହାଣ୍ଡି ମହାଳିଙ୍ଗ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମୃତ ମମିତା ମେହେର ଙ୍କ ଝରନି ସ୍ଥିତ ଘରକୁ ଯାଇ ପରିବାର ବର୍ଗଙ୍କୁ ଭେଟିଛନ୍ତି। ବିଜେପିର ହାଇ-ପ୍ରୋଫାଇଲ ଟିମ। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଆସିଥିବା ଏହି ଟିମ୍ ମମିତା ଙ୍କ ବାପା ମା ଙ୍କୁ ସମବେଦନା ଜ୍ଞାପନ କରିବା ସହ ଘଟଣା ର ନିରପେକ୍ଷ ତଦନ୍ତ ଓ ହତ୍ୟାକାଣ୍ଡ ସହ ସମ୍ପୃକ୍ତ ଥିବା ବିଶିଷ୍ଟ ବ୍ୟକ୍ତି ବିଶେଷ ଙ୍କୁ ପୋଲିସ ଗିରଫ କରିବା ଦିଗରେ ଦଳ ଚେଷ୍ଟା କରିବ ବୋଲି ପ୍ରତିଶ୍ରୁତି ଦେଇ ଥିଲେ । ଏହି ହାଇ ପ୍ରୋଫାଇଲ ଟିମ ରେ ପୂର୍ବତନ ଡିଜିପି ପ୍ରକାଶ ମିଶ୍ର,ବରିଷ୍ଠ ଓକିଲ ପୀତାମ୍ବର ଆଚାର୍ଯ୍ୟ,ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ,ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂଦେଓ, ମୋହନ ମାଝୀ,ବିଧାୟକ ଡ.ମୁକେଶ ମହାଲିଙ୍ଗ,ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଙ୍କ ସମେତ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ବିଜେପି ର ବରିଷ୍ଠ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

ବଲାଙ୍ଗୀର ଇପିଏ ରୁ ଅଞ୍ଜୁ ପୃଷ୍ଟିଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.