ଝାଡ଼ଖଣ୍ଡ ର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମୟୁରଭଂଜ ଜିଲ୍ଲାରେ ଉତ୍ସବ ଯୋଗ ଦେଇଛନ୍ତି

0 9

ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଅଞ୍ଚଳର ସମସ୍ତ ଲୋକ ହେଉଛନ୍ତି ଗୋଟିଏ ପରିବାର। ସମସ୍ତଙ୍କର ସଂସ୍କୃତି ଗୋଟିଏ ପ୍ରକାରର।ଯାହାକୁ ନେଇ ଆମେ ସମସ୍ତେ ଗର୍ବ କରିଥାଉ, ଆଉ ଏକ ହୋଇ ବାନ୍ଧି ହୋଇରହିଛୁ। ଏପରି ସୁବାରତା ଦେଲେ ଝାଡ଼ଖଣ୍ଡ ର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଦେଶ ମହାନ୍ତ, ମୟୁରଭଂଜ ଜିଲ୍ଲା ସରସକଣା ଠାରେ କୁଡ଼ୁମି ସେନା ପକ୍ଷରୁ ଆୟୋଜିତ ବିଶାଳ ବାନ୍ଦନା ପର୍ବ ଅବସରରେ ପୂର୍ବତନ ଉପମୁଖ୍ୟମନ୍ତ୍ରି ଯୋଗ ଦେଇ ଏ ଭଳି କହିଛନ୍ତି ।ସାରସକଣା ଠାରେ କୁଡ଼ୁମୀ ମାନଙ୍କର ଏକ ବିଶାଳ ଉତ୍ସବ ଅନୁଷ୍ଠିତ ହୋଯାଇଅଛି।

ଏହି ଉତ୍ସବରେ ଓଡ଼ିଶା, ଝାରଖଣ୍ଡ, ପଶ୍ଚିମବଙ୍ଗ ଆଦି ଅଞ୍ଚଳରୁ ଅନେକ କୁଡ଼ୁମି ସମ୍ପ୍ରଦାୟ ର ନେତା ଓ ଜନସାଧାରଣ ଯୋଗ ଦେଇଥିଲେ ।ର୍ଏହି ଉତ୍ସବରେ ଝୁମର ନୃତ୍ୟ ପରିବେଷଣ କରାଯାଇଥିବା ବେଳେ ଗୋ ସମ୍ବର୍ଦ୍ଧନା ପରମ୍ପରା ଦେଖିବାକୁ ମିଳିଥିଲା। କୁଡୁମୀ ସମ୍ପ୍ରଦାୟର ଯୁବକ ମାନେ ଗୋରୁକୁ ଖୁଣ୍ଟରେ ବାନ୍ଧି ବାଜା ବଜାଇ ମଉଜ ମଜ୍ଲିସ କରୁଥିବା ଦେଖିବାକୁ ମିଳିଥିଲା। କୁଡୁମୀ ସେନା ପକ୍ଷରୁ ଆୟୋଜିତ ଏହି ଉତ୍ସବରେ କୁଡୁମୀ ସେନାର ରାଜ୍ୟ ସଭାପତି କୁଡୁମୀ ଜାତୀକୁ ପୂର୍ଣ୍ଣ ST ତାଲିକା ଭୂକ୍ତ ପ୍ରସଙ୍ଗ ଉଠାଇଥିଲେ ।ଓଡ଼ିଶା, ବିହାର,ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଆଦି ଚାରୋଟି ରାଜ୍ୟରେ ଥିବା ୪କୋଟିରୁ ଉର୍ଦ୍ଧ୍ବ କୁଡୁମୀ ମାନଙ୍କୁ ପୁନହଃ ST ତାଲିକା କରାନଗଲେ ଆସନ୍ତା ନିର୍ବାଚନରେ ଅସହଯୋଗ କରିବେ ବୋଲି କହିଛନ୍ତି।ଏହି ପର୍ବ କୁଡୁମୀ ସେନା ଅଧ୍ୟକ୍ଷ ଜୟମୁନି ମହାନ୍ତ ଙ୍କ ନେତୃତ୍ୱରେ ହୋଇଥିଲା ଏବଂ ସୁଦେଶ ମହାନ୍ତ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଜାମସେଦପୁର ର ପୂର୍ବତନ ସାଂସଦ ସୁମନ ମହାନ୍ତ, ଝାରଖଣ୍ଡ କୁଡୁମୀ ବିକାଶ ମୋର୍ଚ୍ଚା ଅଧ୍ୟକ୍ଷ ଶୀତଲ ଅହେଦାର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।

ମୟୁରଭଂଜ ରୁ ମାନଗୋବିନ୍ଦ ପାଣିଗ୍ରାହୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.